ନୂଆଦିଲ୍ଲୀ: ଶରିଛି ଭାରତର ଦାମି ବାହାଘର । ଭାରତର ନଂ୧ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ରାଧିକାଙ୍କ ସହ ଶେଷ ହୋଇ ଯାଇଛି । ଏହି ବେୟବହୁଳ ବିଭାଘରରେ ଯୋଗ ଦେଇଥିଲେ ବଡବଢ ବ୍ୟକ୍ତି ବିଶେଷ । ସେଲିବ୍ରେଟି ଠାରୁ ଆରମ୍ଭ କରି ବହୁ ଧନୀ ଶାଳି ବ୍ୟକ୍ତି ଏବଂ ରାଜନେତା ଙ୍କ ଠାରୁ ଆରମ୍ଭ କରି ଖେଳାଳି ମାନେ ଯୋଗ ଦେଇଥିଲେ । କିନ୍ତୁ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ତାଙ୍କର କୌଣସି କାର୍ଯ୍ୟକ୍ରମରେ ନଜର ଆସିନଥିଲେ ।
କୁହାଯାଉଛି ,ଦୁହେଁ ଏବେ ନିଜ ପିଲାମାନଙ୍କ ସହ ଲଣ୍ଡନରେ ଥିବା ବେଳେ କୌଣସି ପାର୍ଟିରେ ଯୋଗ ନଦେଇ ବିଭିନ୍ନ କୀର୍ତ୍ତନ କାର୍ଯ୍ୟକ୍ରମକୁ ଯାଉଥିବା ଦେଖାଯାଇଛି । ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ପରେ ଦେଶବାସୀଙ୍କ ସହ ଖୁସି ପାଳନ କରି ଲଣ୍ଡନ ଚାଲିଯାଇଥିଲେ । ଅମ୍ବାନୀ ପରିବାରରେ ବିବାହ ଥିବାରୁ ଦୁହେଁ ଭାରତ ଫେରିବେ ବୋଲି ଆଶା କରାଯାଉଥିଲା । ହେଲେ ଦୁହେଁ ଭାରତ ନଫେରି ଲଣ୍ଡନରେ ବିଭିନ୍ନ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୂର୍ବରୁ ଦୁହେଁ ଇସ୍କନ ମନ୍ଦିର ଯାଇ କୀର୍ତ୍ତନରେ ଯୋଗଦେଇଥିବାର ଭିଡିଓ ଭାଇରାଲ ହୋଇଥିଲା । ଏବେ ଦୁହେଁ ପୁଣି ଏକ କୀର୍ତ୍ତନ କାର୍ଯ୍ୟକ୍ରମକୁ ଯାଇଥିବା ଦେଖାଯାଇଛି । ରବିବାର ଅନୁଷ୍କା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କୃଷ୍ଣ ଦାସଙ୍କୁ ଟ୍ୟାଗ କରିଥିବା ଦେଖାଯାଇଥିଲା । ଭିଡିଓରେ ଦୁହେଁ ହସିବା ସହ ତାଳି ମାରୁଥିଲେ ।