ନୂଆଦିଲ୍ଲୀ: ମକିଲେ ସୁନା ପୁଅ ନୀରଜ ଚୋପ୍ରା। ଭାରତ ପାଇଁ ଆଣିଲେ ପୁଣି ଥରେ ସ୍ୱର୍ଣ୍ଣ। ଫିନଲ୍ୟାଣ୍ଡର ଟୁର୍କୁରେ ମଙ୍ଗଳବାର ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ୱର୍ଣ୍ଣ ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ନିଜ ଆତ୍ମବିଶ୍ୱାସ ବଢ଼ାଇଛନ୍ତି।
ଅଲିମ୍ପିକ ତଥା ବିଶ୍ୱବିଜେତା ଜାଭଲିନ୍ ତାରକା ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ତୃତୀୟ ପ୍ରୟାସରେ ୮୫.୯୭ ମିଟର୍ ଯାଏଁ ଜାଭଲିନ୍ ଥ୍ରୋ କରିଥିଲେ। ଏହା ତାଙ୍କୁ ଶୀର୍ଷରେ ରଖିଥିଲା। ସେହିପରି ଫିନଲ୍ୟାଣ୍ଡର ଟୋନି କିରାନେନ ୮୪.୧୯ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିବା ବେଳେ ତାଭ୍କ ଦେଶର ପ୍ରତିଦ୍ୱନ୍ଦ୍ୱୀ ତଥା ଗତ ବର୍ଷର ବିଜେତା ଓଲିଭର ହେଲାଣ୍ଡର ୮୩.୯୬ ମିଟର ଜାଭଲିନ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି ।
ଭରାତୀୟ ଖେଳାଳି ନୀରଜ ଚୋପ୍ରା ୨୦୨୨ମସିହାରେ ଜାଭେଲିନ ୮୯.୩୦ ମିଟର ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ । ଏହା ତାଭ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେହି ବର୍ଷ ଡାଇମଣ୍ଡ ଲିଗର ଷ୍ଟକହୋମ ପର୍ଯ୍ୟାୟରେ ଜାଭଲିନ ୮୯.୯୪ ମିଟର ଯାଏ ଫିଙ୍ଗି ରେକର୍ଡ କରିଥିଲେ ।