ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ଗ୍ରାହକଙ୍କୁ ବଡ଼ ଝଟକା, ୨ ଟଙ୍କା ବଢିଲା ଅମୁଲ କ୍ଷୀରର ଦର। ଅମୁଲ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରିଥିବା ଘୋଷଣା କରିବା ସହ ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଅମୁଲ ତାଜା ପାଉଡର ଛାଡିଲେ ଅନ୍ୟ ସମସ୍ତ ପ୍ୟାକେଟ କ୍ଷୀରର ଦର ବୃଦ୍ଧି ହୋଇଛି। ଯେପରିକି ଅମୁଲ ଗୋଲ୍ଟ, ଅମୁଲ ତାଜା ଏବଂ ଅମୁଲ ଶକ୍ତିର ଦର ବୃଦ୍ଧି ହୋଇଛି।
ଅମୁଲ ଗୋଲ୍ଟ ୫୦୦ମିଲି ଲିଟର ପୂର୍ବରୁ ୩୨ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ହୋଇ ୩୩ଟଙ୍କା ହୋଇଛି। ସେହିପରି ଅମୁଲ ତାଜା ୫୦୦ ମିଲି ଲିଟର ୨୬ଟଙ୍କା ପୂର୍ବରୁ ଥିବାବେଳେ ବର୍ତ୍ତମାନ ୨୭ଟଙ୍କା ଏବଂ ଅମୁଲ ଶକ୍ତି ୫୦୦ମିଲି ଲିଟର ୨୯ଟଙ୍କା ପୂର୍ବରୁ ରହିଥିବା ବେଳେ ଏହା ବୃଦ୍ଧି ହୋଇ ୩୦ଟଙ୍କାରେ ପହଞ୍ଚିଛି। ଅମୁଲ ତାଜା ଛୋଟ ପାଉଡର ପ୍ୟାକେଟର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆ ଦର ଲାଗୁ ହେବା ପରେ ଏବେ ଲୋକମାନେ ଲିଟର ପିଛା ଅମୁଲ କ୍ଷୀର ୬୬ଟଙ୍କାରେ କ୍ରୟ କରିବେ।