କେଜ୍ରିୱାଲଙ୍କ ଜାମିନ ଅବଧି ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଝଟକା  । ଜାମିନ ଅବଧି ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ  । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ୭ ଦିନ ଜାମିନ ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ଆବେଦନ କରିଥିଲେ ।  ଏନେଇ ଆଜି ସୁପ୍ରିମକୋର୍ଟଙ୍କ  ଅବକାଣକାଳୀନ ବେଞ୍ଚ  ଆପ ସୁପ୍ରିମୋଙ୍କ ଆବେଦନକୁ ଶୁଣାଣି  ପାଇଁ ମନା କରିଛନ୍ତି । ସର୍ବୋଚ୍ଚ  ଅଦାଲତ କହିଛନ୍ତି, ଗତ ସପ୍ତାହ ଗଠିତ ହୋଇଥିବା ଅବକାଶ  ଖଣ୍ଡପୀଠର ଜଣେ ସଦସ୍ୟ ତଥା ଜଷ୍ଟିସ ଦିପାଙ୍କର ଦତ୍ତା  ବେଞ୍ଚରେ ଥିବା ବେଳେ କାହିଁକି  ଆବେଦନ କରିନଥିଲେ । ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଯାଚିକାକୁ ଖଣ୍ଡପୀଠ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନିକଟକୁ ପଠାଇଚନ୍ତି ।

 ତେବେ ଜଷ୍ଟିସ ଜେ କେ ମାହେଶ୍ୱରୀ ଏବଂ ଜଷ୍ଟିସ କେ ଭି ବିଶ୍ୱନାଥନଙ୍କ ବେଞ୍ଚ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ  ଆବେଦନକୁ ଖାରଜ କରିଛନ୍ତି  । ଆପ ସୁପ୍ରିମୋଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ତତ୍କାଳ  ଶୁଣାଣି ପାଇଁ ଖଣ୍ଡପୀଠକୁ ଗୁହାରି କରିଥିଲେ । ଅଭିଷେକ ମନୁ ସିଂଘବୀ କହିଥିଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଅସ୍ପିଟାଲରେ କିଛି ସ୍ୱାସ୍ଥ୍ୟପରୀକ୍ଷା କରିଛି ।   ତେଣୁ ଜାମିନ ଅବଧିକୁ ୭ଦିନ ବୃଦ୍ଧି କରାଯାଉ  । କେଜ୍ରିୱାଲଙ୍କ ମେଡିକାଲ ଟେଷ୍ଟ ପରେ ୯ ଜୁନରେ ତିହାର ଜେଲରେ ଆତ୍ମସମର୍ପଣ କରିବେ  । ହେଲେ ଜାମିନ  ଆବେଦନର ତତ୍କାଳ ଶୁଣାଣି କରିବାକୁ ମନା କରିଛନ୍ତି ଆବକାଶକାଳୀନ ଖଣ୍ଡପୀଠ ।