ଭୋଟ ଦେଲେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ: ‌ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି | ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀ ସମସ୍ତ ୭ଟି ଯାକ ଲୋକସଭା ଆସନରେ ମତ ଦେଉଛନ୍ତି ଜନତା ଜନାର୍ଦନ । ଏହି ପରିପ୍ରେକ୍ଷୀରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନିଜର ମତସାବ୍ୟସ୍ତ କରିଛନ୍ତି। ସେ ଦିଲ୍ଲୀର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ଭୋଟ୍ ଦେବା ପରେ ସେ ନିଜର କାଳି ଲଗାଯାଇଥିବା ଆଙ୍ଗୁଳି ଦେଖାଇ ଭୋଟଦେବାକୁ ଭୋଟରଙ୍କ ମଧ୍ୟରେ ସଚେତନତଚା ସୃଷ୍ଟି କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଭୋଟ ଦେଇଛନ୍ତି। ସେ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ସହିତ ଦିଲ୍ଲୀର ଏକ ବୁଥରେ ମତଦାନ କରିଛନ୍ତି।