ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ଭୋଟ ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଅଭିନେତା କଲେ ମତ ସାବ୍ୟସ୍ତ । ସେ ଭାରତରେ ପ୍ରଥମ ଥର ଭୋଟ ଦେଇଛନ୍ତି । ସେ ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ଭୋଟ ଦେଇଥିବା ସେ କହିଛନ୍ତି । ତେବେ ସେ ଭାରତୀୟ ନାଗରିକତା ପାଇବା ପରେ ପ୍ରଥମ ଥର ପାଇଁ ଭୋଟ ଦେବା ବିଷୟରେ କହିଛନ୍ତି ଯେ , ଏହା ବହୁତ ଭଲ ଅନୁଭୂତି । ସେ ଅହୁରି ମଧ୍ୟ କହିଛନ୍ତି ଯେ , ମୁଁ ଚାହୁଁଛି ଭାରତର ବିକଶିତ ଏବଂ ଶକ୍ତିଶାଳୀ ହେବା ଉଚିତ । ମୋର ଭୋଟ ଏହା ଉପରେ ଆଧାରିତ । ମୁଁ ବ୍ୟକ୍ତିଗତ ଭାବେ ଭୋଟିଂ କେନ୍ଦ୍ରରେ ପ୍ରାୟ ୫୦୦ରୁ ୬୦୦ ଲୋକଙ୍କୁ ଦେଖିଛି ।ଏଭଳି ପରିସ୍ଥିତିରେ ଏହା ଭଲ ହେବ ।
ସୂଚନା ଅନୁଯାୟୀ, ଅକ୍ଷୟ କୁମାର ଗତ ବର୍ଷ ଅଗଷ୍ଟ ମାସରେ ଭାରତୀୟ ନାଗରିକତ୍ୱ ପାଇଥିଲେ । ଏହାପୂର୍ବରୁ ତାଙ୍କର କାନାଡାରେ ନାଗରିକତା ଥିଲା । ସେ ସୋସିଆଲ ମିଡିଆରେ ନାଗରିକତା ପ୍ରମାଣପତ୍ର ବାଣ୍ଡିବାବେଳେ ଲେଖିଥିଯେ ମନ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ । ତେବେ ଆଜି ଦେଶରେ ୫ମ ପର୍ଯ୍ୟାୟ ଲୋକସଭା ନିର୍ବା ଅନୁଷ୍ଠିତ ହୋଇଛି । ୫ମ ପର୍ଯ୍ୟାୟରେ ୮ଟି ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳର ୪୯ଟି ରାଚ୍ୟ ଏବଂ କେନ୍ଦ୍ର ଅଞ୍ଚଳ ରେ ଭୋଟ ଗ୍ରହଣ ହୋଇଛି ।