ବାରଣାସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଦଶାଶ୍ୱମେଧ ଘାଟରେ ପହଁଚି ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ କାଳଭୈରବଙ୍କ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଚାର୍ଚ୍ଚନା କରିବେ ।
ପୂର୍ବରୁ ୨୦୧୪ ଓ ୨୦୧୯ ରେ ବାରଣାସୀ ଲୋକସଭା ଆସନ ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ଏଥର ତାଙ୍କ ବିପକ୍ଷରେ ଇଣ୍ଡି ମେଣ୍ଟର ଅଜୟ ରାୟ ପ୍ରାର୍ଥୀ ଅଛନ୍ତି । ଆସନ୍ତା ଜୁନ ୧ ତାରିଖରେ ସପ୍ତମ ପର୍ଯ୍ୟାୟରେ ବାରାଣସୀ ଲୋକସଭା ଆସନର ନିର୍ବାଚନ ହେବ । ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ଗତକାଲି ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୬ କିଲୋମିଟର ଦୀର୍ଘ ଏହି ରୋଡ ସୋରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ । ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ପରେ ରୋଡ ସୋ ଆରମ୍ଭ ହୋଇଥିଲା । ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ଲୋକ ଛିଡା ହୋଇ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଦେଖିଥିଲେ । ବାରଣାଣୀର ବିଏଲଡବ୍ଲୁ ଗେଷ୍ଟ ହାଉସରେ ପ୍ରଧାନମନ୍ତ୍ରୀ ରାତ୍ରୀଯାପନ କରିଛନ୍ତି ।