ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ । ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ ଶାସିତ ଅଞ୍ଚଳର ୯୪ଟି ସଂସଦୀୟ ଆସଦରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ମତଦାନ ମେ ୭ ତାରିଖରେ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଶେଷ ତାରିଖ ରହିଛି ଏପ୍ରିଲ ୧୯ ତାରିଖ । ଏପ୍ରିଲ ୨୦ ତାରିଖରେ ଯାଞ୍ଚ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଏପ୍ରିଲ ୨୨ । ସ୍ଥଗିତ ଥିବା ମଧ୍ୟ ପ୍ରଦେଶ ୨୯ –ବେତୁଲ ସଂସଦୀୟ କ୍ଷେତ୍ରର ମତଦାନ ମେ ୯ ରେ ହେବ ।
ତେବେ ୭ଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ କରାଯାଉଛି । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଏପ୍ରିଲ ୧୯ ରେ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୬ ଏପ୍ରିଲରେ , ତୃତୀୟ ପର୍ଯ୍ୟାୟ ପାଇଁ ୭ମେ , ଚତୁର୍ଥ ପର୍ଯ୍ୟାୟ ପାଇଁ ମେ୧୩ ୫ମପର୍ଯ୍ୟାୟ ପାଇଁ ମେ୨୦ ସେହିପାି ୬ଷ୍ଠ ପର୍ଯ୍ୟାୟ ମେ୨୫ ଓ ୭ମ ପର୍ଯ୍ୟାୟ ପାଇଁ ଜୁନ ୧ ମତଦାଦ ହେବା ସହ ଜୁନ ୪ ଘୋଷଣା ହେବ ଫଳାଫଳ ।