ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ସିଏମ କେସିଆରଙ୍କ ଝିଅ କେ . କବିତାଙ୍କୁ ଗିରଫ କରିଛି ସିବିଆଇ । ଭାରତ ରାଷ୍ଟ୍ର ସମିତି ନେତା କେ. କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ତେବେ ଗତ ମଙ୍ଗଳବାର ଦିନ କୋର୍ଟ କେ. କବିତାଙ୍କ କଷ୍ଟଡିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।
କୁହାଯାଉଛି ପ୍ରକୃତରେ , ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜଡିତ କବିତା ‘ ସାଉଥ ଗ୍ରୁପ’ର ଜଣେ ସଦସ୍ୟ ବୋଲି ଇଡି ଅଭିଯୋଗ କରିଛି । ଇଡି ଆହୁରି କହିଛି ଯେ, କେ . କବିତା ଦକ୍ଷିଣ ଗୋଷ୍ଠୀର ଗଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ଯିଏକି ମଦ ଲାଇସେନ୍ସରେ ଅଧିକା ଅଂଶ ପାଇବାକୁ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି ।