ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୭ତମ ସଂସ୍କରଣ । ଏହାର ପ୍ରଥମ ଦିନରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚ ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ ମିନିଟରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ୪୫ମିନିଟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟା ୩୦ ମିନିଟରୁ ଆରମ୍ଭ ହେବାକୁ ଥିବା ଏହି ରଙ୍ଗାରଙ୍ଗ ଉତ୍ସବରେ ସୋନୁ ନିଗମ ଓ ଏ.ଆର ରେହମାନ୍ ଙ୍କ ସଂଗିତରେ ଝୁମିବେ ଦର୍ଶକ । ବଲିଉଡର ଦୁଇ ସୁପରଷ୍ଟାର ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ନୃତ୍ୟ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜନ କରିବେ ।