ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ଦାଖଲ ହେବ ନାମାଙ୍କନ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିସନ୍ । ପ୍ରଥମ ପର୍ୟ୍ୟାୟ ମତଦାନ ପାଇଁ ୧୯ ଏପ୍ରିଲରେ ପଡିବ ଭୋଟ୍ । ଏଥିପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ୧୦୨ଟି ଆସନ ଭିତରେ ତାମିଲନାଡୁର ୩୯, ରାଜସ୍ଥାନର ୧୨ଟି ମଧ୍ୟପ୍ରଦେଶର ୬ଟି ସିଟ୍ ଏବଂ ବିହାର ୪ଟି ଆସନ ରହିଛି । ଛତିଶଗଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ କାଶ୍ମୀର, ଲକ୍ଷ୍ମାଦ୍ୱୀପ ଏବଂ ପୁଡୁଚେରୀରେ ପ୍ରତ୍ୟେକ ଗୋଟିଏ ଆସନରେ ଭୋଟ ଅନୁଷ୍ଠିତ ହେବ । ଗତ ୧୬ ମାର୍ଚ୍ଚରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିସନ୍ ।