ଅନୁଗୋଳ /ସୁଧାକର ସାହୁ: ଅନୁଗୋଳ ଜିଲ୍ଲା ର ନବରତ୍ନ କାରଖାନା ନାଲକୋ ସ୍ମେଲଟର କାରଖାନା ମୋବାଇଲ ସପ୍ ରେ ଦୀର୍ଘ ୧୫ ବର୍ଷଧରି କାର୍ୟ୍ୟ କରୁଥିବା ସନ୍ତୋଷ କୁମାର ଦାସ ଙ୍କୁ ଗତ ୭ତାରିଖ ଦିନ ନିଜର ଜେନେରାଲ ସିଫ୍ଟ କାର୍ୟ୍ୟ ସାରି ଘରକୁ ଫେରୁଥିବା ସମୟରେ ବଳରାମ ପ୍ରସାଦ କେନ୍ଦୁ ପାଟଣା ଠାରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ସେ ଗୁରୁତର ଆହତ ହୋଇ ଥିଲେ , ତାଙ୍କୁ ପ୍ରଥମେ ନାଲକୋ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ଦେହ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ର ଏକ ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆ ଯାଇଥିଲା , ତେବେ ଆଜି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନାଲକୋ ର ନିୟମ ଅନୁଯାୟୀ ଯେହେତୁ ସେ ନିଜର କାର୍ୟ୍ୟ ସାରି ଫେରୁଥିବାର ମାତ୍ର ୧୦ମିନିଟ ମଧ୍ୟରେ ଦୁର୍ଘଟଣା ଟି ଘଟିଛି, ତେଣୁ ପରିବାର ପକ୍ଷରୁ ନାଲକୋ ସ୍ମେଲ୍ଟର କାରଖାନା ଫାଟକ ସମୁଖରେ କ୍ଷତି ପୂରଣ ଦାବିରେ କାରଖାନା ର ରାସ୍ତାକୁ ଅବରୋଧ କରିଥିଲେ। ଏହି ଅବରୋଧକୁ ନାଲକୋ ଠିକକ୍ଷ ସମନ୍ଵୟ କମିଟି ସହଯୋଗ କରିଥିବା ବେଳେ ସମସ୍ତ ଠିକା ଶ୍ରମିକ ଉପସ୍ଥିତ ଥିଲେ। ଦୀର୍ଘ ସମୟର ଆଲୋଚନା ପରେ ନାଲକୋ ୧୫ ଲକ୍ଷ ଓ ଠିକାଦାର ଦେବ ୨ ଲକ୍ଷର କ୍ଷତି ପୂରଣ।