ଗୋ ମାଂସ ସହିତ ଗାଡି ଜବତ କଲେ ଗ୍ରାମବାସୀ

ପୁରୀ/ଜୟନ୍ତ କୁମାର ସେଠି : ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଖଡ଼ିସ ଗ୍ରାମରେ ଗୋ ମାଂ ସହିତ ଗାଡିକୁ ଜବତ କରିଛନ୍ତି ଗ୍ରାମବାସୀ l ଟାଟା ମ୍ୟାଜିକ ଗାଡ଼ିରେ 30 କୁଇଣ୍ଟାଲ ଗୋ ମାଂସ ସହିତ ଗାଡିକୁ ସ୍ଥାନୀୟ ଖଡିସ ଗ୍ରାମର ଯୁବକ ମାନେ ଅଟକାଇବା ପରେ ଗାଡି ଚାଳକ ଅନ୍ଧାର ରାତିରେ ଗାଡ଼ିରୁ ଦେଇଚମ୍ପଟ ମାରିଥିଲା।ତେବେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତେଜନା ଲାଗି ରହିଥିବା ବେଳେ ଗୋପ ପୋଲିସ ଖବର ପାଇଁ ଘଟଣା ସ୍ଥାନରେ ପହଞ୍ଚି ଗାଡିକୁ ଜବତ କରିବା ସହ ଲୋକମାନଙ୍କୁ ବୁଝାସୁଝା ପରେ ଉତେଜନା କମିଥିଲା।ସୂଚନା ଅନୁସାରେ ଦିଘାଳୋ ଖଡ଼ିସ ରାସ୍ତାରେ ଏକ ଟାଟା ଏସି ନମ୍ବର OD05AZ1248 ଦ୍ରୁତ ଗତିରେ ଯାଉଥିବାର ଦେଖି ଗ୍ରାମର କିଛି ଯୁବକ ଗାଡିଟିକୁ ଅଟକାଇଥିଲେ l

ପରେ ଗାଡିର ଡ୍ରାଇଭର ସହିତ ଗାଡ଼ିରେ ଥିବା ଆଉ ଦୁଇଜଣ ବେକ୍ତି ଗାଡି ଛାଡି ଦୌଡ଼ି ପଳାଇ ଥିଲେ l ପରେ ଗାଡ଼ିରେ ଗୋ ମାଂସ ଥିବାର ଦେଖି ଗୋପ ଥାନାକୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ପୋଲିସ ପହଂଚି ଗାଡି ସହିତ ଗୋ ମାଂସ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ଗୋପ ପୋଲିସ l ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବିକରିଛନ୍ତି l ଜବତ ଗାଡିରେ 30 କୁଇଣ୍ଟାଲ ଗୋ ମାଂସ ଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।ଗୋପ ଥାନା ଅଧିକାରୀ ମହେଶ୍ଵର ସେଠି ଗାଡି ସହ ଗୋ ମା°ସ ଜବତ କରି ଏତେ ରାତିରେ କେଉଁଠୁ ଆସିଲା କିଏ ଆଣିଥିଲା ଏ ଗୋ ମା°ସ ନା ଅନ୍ୟ କିଛି ମା°ସ ତଦନ୍ତ ଚଳାଇଛନ୍ତି।