ହରଦା ବାଣ କାରଖାନାରେ ବିସ୍ଫୋରଣ; ୬ମୃତ ୪୦ ଅଧିକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ହରଦାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଘଟଣାରେ ୬ ଜଶ ମୃତ ହୋଇଥିବା ବେଳେ ୪୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ଏଥିରେ ଅନେକ ଲୋକ ଫସିରହିଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା । ଆଖପାଖରେ ଥିବା ୫୦ରୁ ଅଧିକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ନିଜ ଜୀବନ ବଞ୍ଚାଇବାକୁ ଲୋକେ ଏତେ ତେଣୁ ଦୌଡୁଥିବା ଦେଖିବାକୁ ମିଳିଛି । ତେବେ କାରଖାନାଟି ଦୀର୍ଘଦିନରୁ ଅବୈଧକ ଭାବେ ଚାଲୁଥିଲା । ଫ୍ୟାକ୍ଟ୍ରିରେ ବିସ୍ଫୋରଣ ସମୟରେ ଅନେକ ଲୋକ କାମ କରୁଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଛି । ମାଟିତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଘଟଣା ପରେ ହରଦାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆ ଯାଇଛି । ନର୍ମଦାପୁରମରେ ୬ଟି ଦମକଳ ଗାଡି ଏବଂ ୪ଟି ଆମ୍ବୁଲାନ୍ସ ପହଞ୍ଚିଛି । ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।