ଚଣ୍ଡିଗଡ଼: ଚଣ୍ଡିଗଡ଼ ନଗର ନିଗମ ମେୟର ନିର୍ବାଚନରେ ବିଜେପି ମାରିଲା ବାଜିମାତ। ବିଜେପି ପ୍ରାର୍ଥୀ ମନୋଜ ସୋନକର ବିଜୟୀ ହୋଇଛନ୍ତି । ମେୟର ନିର୍ବାଚିତ ବିଜେପି ନେତା ମନୋଜ ସୋନକର ମୋଟ ୧୬ ଭୋଟ ପାଇଛନ୍ତି, ଅନ୍ୟପଟେ ଆମ୍ ଆଦମୀ ପାର୍ଟିର କୁଳଦୀପ ସିଂ ୧୨ ଭୋଟ ପାଇଥିଲେ । ୮ ଭୋଟକୁ ଅବୈଧ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତିକୁ ନେଇ ବିବାଦ ହୋଇପାରେ । ଆପ୍ ଏବଂ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇପାରନ୍ତି । ପୂର୍ବରୁ ନିର୍ବାଚନରେ ବିଳମ୍ୱକୁ ନେଇ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ, ବିଜେପିକୁ ଟାର୍ଗେଟ୍ କରିସାରିଛନ୍ତି । ଏହି ନିର୍ବାଚନରେ ଆମ ଆଦମୀ ପାର୍ଟିର କୁଳଦୀପ କୁମାରଙ୍କୁ କଂଗ୍ରେସ ସମର୍ଥନ କରିଥିଲା । ଏହାସତ୍ତ୍ୱେ ତାଙ୍କର ପରାଜୟ ହୋଇଛି । ଏପରିସ୍ଥଳେ ନିର୍ବାଚନରେ ବିଜେପି ବଡ଼ ଖେଳ କରି ଏହି ଆସନ ନିଜ ନାଁରେ କରିଛି ।