ଅଯୋଧ୍ୟା ରାମମନ୍ଦିରରେ କିପରି ପାଇବେ ସବୁ ସୁବିଧା ?

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ଜାନୁଆରି ୨୨ ତାରିଖ‌ରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯିବା ପରେ ଦର୍ଶନ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ଭକ୍ତଙ୍କ ଭିଡ଼କୁ ଆୟତ୍ତ କରିବା ପାଇଁ ରାମମନ୍ଦିର ଟ୍ରଷ୍ଟ ଓ ଯୋଗୀ ସରକାର ସମୀକ୍ଷା ବୈଠକ ବି ଡକାଇଥିଲେ।ଏହି ବୈଠକ ପରେ ମନ୍ଦିରରେ ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧାର ବନ୍ଦୋବସ୍ତ କରାଯାଇଛି। ଏଦିଗରେ ଏବେ ବି କାମ ବି ଚାଲିଛି।
ତେବେ ଭକ୍ତ କିପରି ରାମଲଲ୍ଲାଙ୍କ ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ମୁଖ୍ୟ ଦ୍ବାରରୁ ପ୍ରଭୁ ରାମଙ୍କ ମନ୍ଦିର ପର୍ଯ୍ୟନ୍ତ ମୋଟିଙ୍ଗ କାମ କରାଯାଇଛି। ଯଦ୍ବାରା ଥଣ୍ଡା ସମୟରେ ଭକ୍ତ ଖାଲି ପାଦରେ ଯେମିତି ବିନା ବାଧାରେ ଚାଲିପାରି‌ବେ। ଏଥିସହିତ ଥଣ୍ଡାରୁ ରକ୍ଷା ପାଇବା ପାଇ ଗ୍ୟାସ ହିଟର ମଧ୍ୟ ଭକ୍ତଙ୍କ ପାଇଁ ଖଞ୍ଜା ଯାଇଛି। ଦର୍ଶନ ପରେ ଭକ୍ତମାନେ କିପରି ରାମଲଲ୍ଲାଙ୍କ ପ୍ରସାଦ ପାଇବେ ସେଥିପାଇଁ ବି ବ୍ୟବସ୍ଥା କରାଯାଇଛି। କାରଣ ମନ୍ଦିର ଭିତରେ ବାହାରର କୌଣସି ଖାଦ୍ୟ ପଦାର୍ଥ ଭୋଗ କରାଯାଉନାହିଁ। ସେହିପରି ଯଦି ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ କିଛି ବି ଅସୁବିଧା ହୁଏ ତେବେ ଘୋଷଣାର ସୁବିଧା ବି ରଖାଯାଇଛି। ଏହାଦ୍ବାରା ଭକ୍ତମାନେ ଘୋଷଣା କରି ପୁଲିସର ସାହାଯ୍ୟ ନେଇ ପାରିବେ।