ଆମ୍ବପାଳ/ପ୍ରମାନନ୍ଦ ନାଏକ: ଆଜି ପୂର୍ବାହ୍ନରେ ହିଙ୍ଗୁଳା ଓପନ କାଷ୍ଟ ପ୍ରୋଜେକ୍ଟର ସିକ୍ୟୁରିଟି ବ୍ୟାରେକ ଠାରେ ଏକ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୩ ରୁ ୪ବର୍ଷ ହେଲା ଓଡିଶା ସିକ୍ୟୁରିଟିଏଣ୍ଡ ସର୍ଭିସ ଏମ୍ପୋଲୋୟିଜ ୟୁନିଅନ ତାଳଚେରରୁ ନେତୃତ୍ୱ ନେଉଥିବା ନେତୃବୃନ୍ଦ ଙ୍କ ପାଇଁ ସମସ୍ତ କାର୍ୟ୍ୟକ୍ରମ ଶିଥିଳ ହୋଇଯାଇଥିଲା । ଏହାପରେ ହିଙ୍ଗୁଳା ଓପନ କାଷ୍ଟ ପ୍ରୋଜେକ୍ଟର ନବନିର୍ବାଚିତ ସଭାପତି ପିତାମ୍ବର ନାଏକଙ୍କ ନେତୃତ୍ୱରେ ଆଜି ହିଙ୍ଗୁଳା ଓପନ କାଷ୍ଟ ପ୍ରୋଜେକ୍ଟ ର ସିକ୍ୟୁରିଟି ବ୍ୟାରେକ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଭାରତୀୟ ମଜଦୁର ସଙ୍ଘ ର ରାଜ୍ୟ ସଭାପତି ବାଦଲ ମହାରଣା, ଅନଗୁଳ ଜିଲ୍ଲା ସମ୍ପାଦକ ଅଜୟ ପାଢ଼ୀ, ଓଡିଶା ସିକ୍ୟୁରିଟି ଏଣ୍ଡ ସର୍ଭିସ ଏମ୍ପୋଲୋୟିଜ ୟୁନିଅନ ର ରାଜ୍ୟ ଉପସଭାପତି ଶୀଧେଶ୍ୱର ମହାନ୍ତି,ତାଳଚେର ଶାଖା ସଭାପତି ଦୀନବନ୍ଧୁ ସାହୁ, ହିଙ୍ଗୁଳା ଓପନ କାଷ୍ଟ ପ୍ରୋଜେକ୍ଟ ର ସଭାପତି ପିତାମ୍ବର ନାଏକ, ସମ୍ପାଦକ ରଂଜନ ସାହୁ ଏବଂ ସମସ୍ତ କମିଟି ସଦସ୍ୟ ଯୋଗଦେଇଥିଲେ ।ଏହାସହିତ ତାଳଚେର ସ୍ଥିତ ଅନ୍ୟ ସମସ୍ତ କୋଲ ମାଇନିସ ରେ ଥିବା ସିକ୍ୟୁରିଟି ସଙ୍ଘ ଗୁଡିକର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେବା ସହିତ ଆଗକୁ ସିକ୍ୟୁରିଟି ମାନେ କିଭଳି ନିଜର ହକ ଅଧିକାର ପାଇବା ପାଇଁ ଏକତ୍ରିତ ହୋଇ ସଂଗ୍ରାମ ଜାରିରଖିବେ ସେବିଷୟରେ ଆଲୋଚନା କରିବା ସହିତ ଭାରତୀୟ ମଜଦୁର ସଙ୍ଘ ର ରାଜ୍ୟ ସଭାପତି ବାଦଲ ମହାରଣାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।