ଦେଶୀ ମଦ ପାଉଚ ପାଇଁ ହତ୍ୟା କରିଥିବା ଘୋଟଣାର ପର୍ଦାଫାସ କରିଛି ବୋରିଗୁମ୍ମା ପୋଲିସ

ବୋରିଗୁମ୍ମା / ସୁଦର୍ଶନ ପ୍ରଧାନ : ଦେଶୀ ମଦ ପାଉଚ ପାଇଁ ହତ୍ୟା କରାଯାଇଥିବା ଘୋଟଣାର ପର୍ଦାଫାସ କରିଛି ବୋରିଗୁମ୍ମା ପୋଲିସ । ଯାହାର ପରିଣାମ ସ୍ୱରୁପ ଗତ ଡିସେମ୍ବର ୩୧ ତାରିଖ ବୋରିଗୁମ୍ମା ଦୁବୁଲି ଜଙ୍ଗଲ ନିକଟର ଏକ ରହିଥିବା ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା ବ୍ୟକ୍ତିଙ୍କ ଗଳିତ ମୃତ ଦେହ।ସୂଚନା ଅନୁଯାୟୀ ଉମେଶ ୟାଦବ ବୟସ ୩୨ ବୋରିଗୁମ୍ମା ସ୍ଥିତ ବିହାରୀ ଦେଶୀ ମଦ ଭାଟିରେ ଗତ ଚାରି ମାସ ଧରି କାର୍ୟ୍ୟ କରୁଥିଲେ।ଗତ ଡିସେମ୍ବର ମାସ ୩୦ ତାରଖରୁ ନିଖୋଜ ଥିଲେ।ଏ ସମ୍ପର୍କରେ ଭାଟି ମ୍ୟାନେଜର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପରେ ୩୧/୧୨/୨୩ ତାରିଖରେ ଉମେଶ ୟାଦବ ଙ୍କ ମୃତ ଦେହ ଏକ ପରିତ୍ୟକ୍ତ କୂଅରେ ପଡି ରହିଥିଲା। ମୃତ ଦେହକୁ ଦୁଇଟି ଗାମୁଛାରେ ବଡ଼ ପଥର ବନ୍ଧା ଯାଇ ମୃତ ଦେହ ଉପରେ ନୋଡ଼ା ଘୋଡାଇ ପରିତ୍ୟକ୍ତ କୂଅରେ ପ୍ରମାଣ ନଷ୍ଟ କରିବା ପାଇଁ ଲୁଚାଇ ରଖିଥିଲେ ହତ୍ୟାକାରୀ।ବୋରିଗୁମ୍ମା ପୋଲିସ ମୃତ ଉମେଶ ୟାଦବ ଙ୍କ ମୋବାଇଲ ଫୋନ କୁ ଟ୍ରାକ କରି ହତ୍ୟାକାରୀ ଙ୍କ ପାଖରେ ପହଂଚି ଥିଲେ।ଏହି ହତ୍ୟାକାଣ୍ଡ ପଛରେ ତିନି ଜଣଙ୍କ ହାତ ରହିଥିବା ଜାଣିବାକୁ ପାଇଥିଲେ ପୋଲିସ।ତିନି ଜଣ ହତ୍ୟାକାରୀ ଙ୍କୁ ଗିରଫ କରି ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚରା କରିବା ପରେ ହତ୍ୟାକାରୀ ପୋଲିସ ଆଗରେ ହତ୍ୟାକାଣ୍ଡ ର କାରଣ ବଖାଣି ଥିଲେ।ମୃତ ଉମେଶ ଦେଶୀ ମଦ ପ୍ୟାକେଟ ବିକ୍ରି କରି ଫେରୁଥିବା ସମୟରେ ତିନି ହତ୍ୟାକାରୀ ମଦ ପ୍ୟାକେଟ ମାଗିଥିଲେ କିନ୍ତୁ ଉମେଶ ଟଙ୍କା ନ ଦେଲେ ଦେବାକୁ ମନା କରିଥିଲେ ସେଠାରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ହତ୍ୟାକାରୀ ମାନେ ଉତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ମୁଣ୍ଡର ଆଘାତ କରିଥିଲେ ଫଳରେ ଉମେଶ ୟାଦବ ଙ୍କ ମୃତ୍ୟୁ ଘଟିଥିଲା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତିନି ହତ୍ୟାକାରୀ ମୃତ ଦେହକୁ ଏକ ପିରିତ୍ୟକ୍ତ କୂଅରେ ଲୁଚାଇ ରଖିଥିଲେ। ତିନି ହତ୍ୟାକାରୀ ଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ଥିବା କହିଛନ୍ତି ବୋରିଗୁମ୍ମା ଝଊଚଙ ଶୁଭେନ୍ଦୁ ଶବର।ତିନି ଜଣ ହତ୍ୟାକାରୀ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।