ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ପାରିବାରିକ କଳହରୁ ଫ୍ୟାନରେ ଲୁଗାଲଗାଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ମହିଳା ଜଣକ ହେଲେ କଟକ ଜିଲ୍ଲା କିଶନନଗର ଥାନା ପୁରୁଣାହାଟ ପଂଚାୟତ ଗଙ୍ଗାପୁର ଗ୍ରାମର ପ୍ରଫୁଲ୍ଲ କୁମାର ଓଝାଙ୍କ ପତ୍ନୀ ପଙ୍କଜିନୀ ଓଝା।
ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ କିଶନନଗର ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଥିବା ନେଇ ସୂଚନାମିଳିଛି । ଏହି ଆତ୍ମହତ୍ୟା, ପାରିବାରିକ କଳହ ନା ଅନ୍ୟ କିଛି କାରଣ ଅଛି ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ।