ନୂଆଦିଲ୍ଲୀ: ଦେଶରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ କେରଳରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଭାରତରେ ୩୫୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏହା ସହିତ କରୋନାରେ ୩ଜଣଙ୍କ ଜୀବନ ଜାଇଥିବା ଜଣାପଡିଛି । ଆଉ ନୂଆ ମାମଲା ସହିତ ୨, ୩୧୧ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨,୬୬୯କୁ ବୃଦ୍ଧି ପାଇଛି । ସେହିପରି କେରଳରେ ୩୦୦, କର୍ଣ୍ଣାଟକରେ ୧୩, ତାମିଲନାଡୁରେ ୧୨, ଗୁଜରାଟରେ ୧୧, ମହାରାଷ୍ଟ୍ରରେ ୧୯, ତେଲେଙ୍ଗାନାରେ ୫, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ପଡୁଚରୀରେ ୨ ନୂଆ ମାମଲା ସାମ୍ନାକୁ ଆସିଛି । ପଞ୍ଜାବରେ ଜଣେ କର୍ଣ୍ଣାଟକରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କୋଭିଡ୍ ସଂକ୍ରମଣକୁ ଦେଖି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ମାସ୍କ କଟକଣା ଫେରିଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ଲଗାଇବା ପାଇଁ କୁହାଯାଇଛି । ସାନିଟାଇଜର ବ୍ୟବହାର କରିବା ଆବଶ୍ୟକୀୟ ହୋଇପଡିଛି ।
ସେପଟେ ଗତକାଲି କୋଭିଡର ନୂଆ ସବ ଭାରିଆଣ୍ଟ ଔଘ.୧କୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ପ୍ରତି ତିନିମାସରେ ଥରେ ସବୁ ହସପିଟାଲରେ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । କରୋନାର ନୂଆ ଭାରିଆଣ୍ଟକୁ ନେଇ ଆଲୋଚନା ହୋଇଛି । ନୂଆ ଭାରିଆଣ୍ଟ ଔଘ.୧ ନୂଆ ବିପତ୍ତି ଆଣିବ ବୋଲି ଆଶଙ୍କା କରାଯାଉଛି।