ଗଜପତିଠାରେ ପଞ୍ଚମ ମିରାକଲ ଷ୍ଟାର୍ ନାଇଟ ଆୟୋଜିତ

ଗଜପତି/ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ହୋମକାର୍ଡ ପଡିଆ ଠାରେ ମିରାକଲ ନାଇଟ ପଞ୍ଚମ ସଂସ୍କରଣ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି  ଭାବେ ପୌରାଧକ୍ଷା ନିର୍ମଳା ସେଠୀ, ସମ୍ମାନିତ ଅତିଥି ଭାବେ ଗୃହ ବିଭାଗ ଡିଏସପି ଶ୍ରୀନିବାସ  ଆଚାରୀ,ଜିଲ୍ଲା ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ, ସମାଜସେବୀ ଜନର୍ଦ୍ଧନ ରାଓ,ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କ ସହ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ କଳାକାର ଆଦର୍ଶ ଦାସ ଓ ଆୟୋଜକ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି ଉପସ୍ଥିତ ଥିଲେ।

ଦ୍ଵିତୀୟ ପର୍ଯ୍ୟାୟ ରେ ଓଡ଼ିଆ ସିନେମା ଜଗତର ଏନ୍. ଗଙ୍ଗାଧର ରେଡ୍ଡୀ ଓ କମେଡିଆନ ନଟିଆ ଓ ଅଭିନେତା ଅଭିନେତ୍ରୀ ଆଗକୁ ଆସୁଥିବା ସିନେମା ବିଷୟ ରେ ସଂକ୍ଷେପରେ କହିବା ସହ ଉପାନ୍ତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମ ଓ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ।

ପୁର୍ବରୁ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାରେ କନିଷ୍ଠ ବିଭାଗ, ଯୁବ ବିଭାଗ, ବରିଷ୍ଟ ବିଭାଗ, ମହିଳା ବିଭାଗରେ ଏକକ, ଦ୍ବୈତ୍ୟ ଓ ଦଳଗତ ଭାବେ ବିଭିନ୍ନ ଜିଲ୍ଲାର ପ୍ରାୟ ୧୦୮ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଓ ଦ୍ଵିତୀୟ ସ୍ଥାନ ହାସଲ କରିଥିବା କଳାକାର ମାନଙ୍କୁ ପୁରସ୍କାର ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମାଜସେବା ପାଇଁ ନିହାର ରଞ୍ଜନ ପଣ୍ଡା, କିନର ମଧୁ, ପ୍ରଶାନ୍ତ ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟ ପାଇଁ ଡି. ପ୍ରିୟଙ୍କାଙ୍କୁ  ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନୁଷ୍ଠାନର ଶିଶୁ କଳାକାରଙ୍କ ସମେତ ଅତିଥି କଳାକାର ମାନେ ଦୀର୍ଘ ଦିନ ପରେ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିବାରୁ ବିଳମ୍ୱିତ ରାତି ପ୍ରର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଅବିର ଭୂଷଣ ପଣ୍ଡା, ବିଷ୍ଣୁପ୍ରିୟା ଜେନା ପରିଚାଳନା କରିଥିଲେ।