ଗଜପତି/ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେଵୋତ୍ଥାପନି ବଡ଼ ଏକାଦଶୀ ପାଳିତ ହୋଇ ଯାଇଛି। ସକାଳୁ ଭକ୍ତ ମାନେ ନଡ଼ିଆ କଦଳୀ ଧୂପ ଦୀପ ଫୁଲ ଫଳ ଧରି ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। କାର୍ତ୍ତିକ ମାସ ବଡ଼ ଏକାଦଶୀ ହୋଇ ଥିବାରୁ ଆଖପାଖ ପୁରପଲ୍ଲୀରୁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ଆଳତୀ ଦର୍ଶନ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା।ଠାକୁର ଦର୍ଶନ ଓ ଭକ୍ତି ସଙ୍ଗୀତ ଦେଖିବା ସକାଶେ ବହୁଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।