ପାରାଦୀପ: ପାରାଦୀପ ବନ୍ଦରରେ ନବୀନ ଜିନ୍ଦଲ | ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଜେଏସପିଏଲର ଏକ ବର୍ଥ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି | ଏଥିରେ ନିଜେ ନବୀନ ଜିନ୍ଦଲ ଆସି ପୂଜାର୍ଚ୍ଚନା କରିବା ସହ ଶୁଭ ଦେଇଥିବା ଦେଖିବାକୁ ମିଳିଛି | ଜେଏସପିଏଲ ବନ୍ଦର ମଧ୍ୟରେ ନିଜସ୍ୱ ଜ୍ଞାନକୌଶଳ ରେ ନିଜର ଏକ ବର୍ଥ ନିର୍ମାଣ କରିବ | ଯାହା ତାହାର ନିଜସ୍ଵ ଜେଟୀ ହେବ ବୋଲି କୁହାଯାଉଛି |୨୫ ନିୟୁତ ଟନର ନୂଆ ପ୍ରକଳ୍ପ ହେବ।ଏହି କାର୍ଯ୍ୟକ୍ରମ ରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ |