କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

କଣ୍ଟାବାଞ୍ଜି : ପୁଣି ଟ୍ରେନ ଦୁର୍ଘଟଣା । ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ଜଳିଗଲା କୋଇଲା ବୋଝେଇ ଟ୍ରେନ । କଣ୍ଟାବାଞ୍ଜି ତୁରେଇକେଲା ନିକଟରେ ଘଟିଛି ଏଭଳି ଅଘଟଣ । ଟ୍ରେନଟି ରାୟପୁରରୁ ବିଶାଖାପାଟଣା ଯାଉଥିବା ସମୟରେ । ତୁରେଇକେଲା ନିକଟରେ ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପରେ ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନ ପହଞ୍ଚିବା ପରେ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି । ଟ୍ରେନ ବଗିରେ କୋଇଲା ଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।