ଗ୍ରାମାଞ୍ଚଳ ରେ ଧୂମଧାମ ରେ ପାଳିତ ହେଉଛି ଶିଶୁଦିବସ ତଥା ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ

ପାଟଣାଗଡ / ଜଗନ୍ନାଥ ଧରୁଆ : ଗାଁ ଗଣ୍ଡା ମାନଙ୍କରେ ଆଗ କାଳ ରେ ବହୁ ପାଠାଗାର , ଭାଗବତ ଟୁଙ୍ଗି, ତଥା ଅନେକ ସମାଜ ସେବୀ ଅନୁଷ୍ଠାନ ମାନ ଗଢି ଉଠିଥିବା ବେଲେ ଆଧୁନିକ ଯୁଗ ର ପିଲାଏ ଏହି ସବୁ ଅନୁଷ୍ଠାନ ରୁ ମୁହଁ ମୋଡି ଦେଉଥିବା ବେଳେ ଅନେକ ଅନୁଷ୍ଠାନ ମାନ କାଳ କ୍ରମେ ଲୋପ ପାଇ ଗଲାଣି । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କଂସାପଲା ପଞ୍ଚାୟତରେ ୬୩ ବର୍ଷ ପୂର୍ବେ ଗଢି ଉଠିଥିବା ଜବାହାର ଲାଲ ନେହେରୁ ପାଠାଗାର ଆଜି ବି ଦେଶ ର ପୁର୍ବ ଗୌରବ ମହାନ ବ୍ୟକ୍ତିତ୍ୱ ଙ୍କୁ ମନେ ପକାଇବା ର ପ୍ରୟାସ ଜାରୀ ରଖିଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଜନ୍ମଦିନ କୁ ଚିରସ୍ମରଣିୟ କରିବା ପାଇଁ ଗତ ୬୦ ବର୍ଷ ଧରି ଚାଚା ନେହେରୁ ଙ୍କ ଜନ୍ମଦିନ ରେ ଶିଶୁ ଦିବସ କୁ ଧୂମଧାମ ରେ ପାଳନ କରୁଛନ୍ତି । ଉପାନ୍ତ ଅଞ୍ଚଳର କଂସାପଲା ଗ୍ରାମ ର ଜବାହାରଲାଲ ପାଠାଗାର ଶିଶୁଦିବସ ଭଳି ଛୋଟିଆ ଉତ୍ସବ କୁ ଏଭଳି ଆଡମ୍ବରପୂର୍ଣ ଭାବରେ ପାଳନ କରୁଥିବାରୁ ଶିଶୁପ୍ରେମୀ ଙ୍କୁ ବେଶ ଉତ୍ସାହିତ କରୁଛି । ଶିଶୁଦିବସ ଅବସର ରେ ଅନ୍ୟ ପର୍ବପର୍ବାଣୀ ଭଳି ଗ୍ରାମବାସୀ ଏକଜୁଟ ହୋଇ ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗିତା ମାନ କରିବା ସହ ସେମାନଙ୍କୁ ସମ୍ମାନିତ କରିଥାଆନ୍ତି । ଏ ପରି କି ପୂର୍ବତନ ଶିକ୍ଷକ , କଳାକାର ମାନଙ୍କୁ ସମ୍ମାନୀତ କରିବା ସହ ଗରିବ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଥାଆନ୍ତି ଯାହା ବଲାଙ୍ଗିର ଜିଲ୍ଲା ପାଇଁ ବିରଳ ପ୍ରୟାସ ବୋଲି ପାଠାଗାର ର ବରିଷ୍ଠ ସଦସ୍ୟ ଜଣାଇଛନ୍ତି । ଏ ଅବସର ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ କଂଗ୍ରେସ ନେତା ଅନୀଲ ମେହେର ଯୋଗଦେଇ ପ୍ରଥମେ ଜବାହାର ନେହେରୁ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ଛାତ୍ରଛାତ୍ରୀ ଙ୍କୁ ପୁରଷ୍କୃତ କରିଥିଲେ ସେହିପରି । ବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ, କଳାକାର ମାନଙ୍କୁ ସମ୍ମାନୀତ କରିଥିଲେ । ପରେ ଜବାହାରଲାଲ ନେହେରୁ ଙ୍କ ସ୍ମୃତିଚାରଣ କରିବା ପରେ ଆୟୋଜକ ଙ୍କ ଏଭଳି ପ୍ରଚେଷ୍ଠା ଙ୍କୁ ପ୍ରଶଂସା କରିଥିଲେ ।