ସରସ୍ଵତୀ ଶିଶୁ  ବିଦ୍ୟା ମନ୍ଦିର ,ତୁଳସୀପୁରର ବାର୍ଷିକ କ୍ରୀଡା ଉତ୍ସବ

କଟକ/ସିଳାଦିତ୍ୟ ପରିଡା: ତା୦୯-୧୧-୨୩ରିଖରୁ ତା୧୩-୧୧-୨୩ରିଖ ପର୍ଯ୍ୟନ୍ତ ତୁଳସୀପୁରସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୨ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର ଡ.ପ୍ରିୟରଞ୍ଜନ ଆଚାର୍ୟ୍ୟ ମୁଖ୍ୟ ଅତିଥି ରୂପେ ଓ ସମାଜସେବୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।

 କ୍ରୀଡ଼ାର ଉଦଯାପନ ଉତ୍ସବ ତା୧୪-୧୧-୨୩ରିଖ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାରତ ସରକାରଙ୍କ ପତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ଡ. ବ୍ରଜସୁନ୍ଦର ଗଡନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ଷଡଙ୍ଗୀ ସ୍ୱାଗତ ଭାଷଣ  ଦେବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସୂର୍ଯ୍ୟ ନମସ୍କାର, ବ୍ୟାୟାମ ଯୋଗ,ଡମ୍ବରୁ ଯୋଗ, ଗୋପୁରମ୍, ଯୋଗଚାପ,ଦାଣ୍ଡିଆ ନୃତ୍ୟ, ଅଗ୍ନିବଳୟ  କୌତୁକ ବେଶ ପ୍ରଦର୍ଶିତ କରାଯାଇଥିଲା।ମୁଖ୍ୟ ଅତିଥି କ୍ରୀଡ଼ାର ମହତ୍ତ୍ବ ସମ୍ବନ୍ଧରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।କ୍ରୀଡ଼ା ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଜୟ କୁମାର ଜଟ କ୍ରୀଡ଼ାର ବିବରଣୀ ପାଠ କରିଥିଲେ ଓ ଉପେନ୍ଦ୍ର ପ୍ରସାଦ କର ଧନ୍ୟବାଦ ଅର୍ପଣ  କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ହୃଷିକେଶ ଆଚାର୍ଯ୍ୟ, ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଶରତ କୁମାର ଦାସ, ସଦସ୍ୟ ଦିବାକର ମିଶ୍ର, ସଞ୍ଜୟ ପଟ୍ଟନାୟକ ଉପସ୍ଥିତ ଥିଲେ।ସଭା କାର୍ଯ୍ୟକୁ ବରିଷ୍ଠ ଆଚାର୍ୟ୍ୟ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଭୁକ୍ତା ପରିଚାଳନା କରିଥିଲେ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ