ଆଠଗଡ଼ରୁ/ଅଶୋକ ମଲ୍ଲିକ: ଆଠଗଡ଼ କୁମାରପୁର ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କିଛି ଦିନ ତଳେ ଗଣମାଧ୍ୟମ ଦ୍ୱାରା ହୋଇଥିବା ଜନ ଅଦାଲତକୁ, ଏହା ବିଜେପିର ପ୍ରାୟୋଜିତ ଜନ ଅଦାଳତ ବୋଲି ପୂର୍ବତନ ବ୍ଲକ ଚେୟାରମ୍ୟାନ ରଞ୍ଜନ ଆଚାର୍ଯ୍ୟ କହିଥିଲେ । ଜନ ଅଦାଲତ ମାଧ୍ୟମରେ ଯାହା ସବୁ ଅଭିଯୋଗ ଆଣିଥିଲେ ତାହା ମିଥ୍ୟା ପ୍ରାୟୋଜିତ କାର୍ୟ୍ୟକ୍ରମ । ନବୀନ ସରକାର ଓ ଆଠଗଡ଼ ବିଧାୟକ ରାଜା ସ୍ୱାଇଁଙ୍କ ଲୋକପ୍ରିୟତାକୁ ଦେଖି ବିଜେପି ଏବେ ହରଡ ଘଣାରେ । ବିରୋଧୀଙ୍କ ପାଖରେ କିଛି ସମସ୍ୟା ନଥିବା ବେଳେ, ବିଜେପି ଔଷଧ ବଦଳରେ ତାଟିଆ କାମୁଡୁଛି ବୋଲି ରଞ୍ଜନ ଆଚାର୍ଯ୍ୟ କହିଛନ୍ତି ।