କାର୍ତ୍ତିକ ମାସର ତୃତୀୟ ସୋମବାର, ସମସ୍ତ ଶୈବପୀଠରେ ଭକ୍ତଙ୍କ ସମାଗମ

ଗଜପତି/ବିବେକାନନ୍ଦ ବେହେରା: ଆଜି ହେଉଛି ପବିତ୍ର ଧାର୍ମିକ କାର୍ତ୍ତିକ ମାସର ତୃତୀୟ ସୋମବାର। ଧର୍ମକୁ ନେଇ ଅତ୍ୟୁଟ ବିଶ୍ୱାସ ସହ ଆମ ପରମ୍ପରା ଜଡିତ ରହିଛି। ଆଉ ପରମ୍ପରାକୁ ନେଇ ସମାଜ। ଏହି ଅବସରରେ ଦେବ ଦେବ ମହାଦେବଙ୍କୁ ପୂଜା ଲାଗି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥାଏ।

 ଠିକ୍ ଏମିତି ଭିଡ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ସମସ୍ତ ଶିବ ମନ୍ଦିରରେ । ପାରଳାଖେମୁଣ୍ଡି ସହ ଆଖପାଖ ପୁରପଲ୍ଲୀର ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ। ସକାଳୁ ଭକ୍ତ ମାନେ ନଡିଆ କଦଳୀ ବେଲପତ୍ର ଓ ଫୁଲ ସହ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥିଲେ। ଠାକୁରଙ୍କ ଦର୍ଶନ କରିବା ସହିତ ଦାନ ଧର୍ମ କଲେ ବହୁ ପୁଣ୍ୟ ମିଳିଥାଏ ବୋଲି ପ୍ରବାଦ ରହିଛି। ସହରର ରାମ ଲିଙ୍ଗେଶ୍ୱର, ଗୋକୋନେଶ୍ୱର, ଧବଳେଶ୍ୱର ଏହି ପରି ବିଭିନ୍ନ ଶିବ ମନ୍ଦିରରେ ପୂଜାର୍ଚ୍ଚନା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି।