ସହରରେ ଧୁମଧାମରେ ପାଳିତ ହେଲା ଦୀପାବଳି ପର୍ଵ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଲୋକର ପର୍ବ ଦୀପାବଳି ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଯାଇଛି । ଛୋଟ ଛୁଆ ଠାରୁ ବଡ଼ ପର୍ୟ୍ୟନ୍ତ ବାଣ ଫୁଟାଇ ପିତୃପୁରୁଷଙ୍କୁ ଦୀପଦାନ କରି ପିତୃପୁରୁଷଙ୍କୁ ବିଦାୟ ଦେଇ ଆଶୀର୍ବାଦ ମାଗିଛନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅଲୋକ ଦେଖାଇ କାଉଁରିଆ କାଠି ଜାଳି ଏହି ଦିନ ପିତୃପୁରୁଷଙ୍କୁ ବିଦାୟ ଦିଆଯାଏ । ପ୍ରତ୍ୟେକ ଘରେ ଘରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇ ଥାଏ। ବାଣ ଫୁଟାଇ ଏହି ଦୀପାବଳି ପର୍ବଟି ପାଳନ କରିଛନ୍ତି। ଏହି ଆଲୋକର ପର୍ଵ ଦୀପାବଳିରେ ଦୋକାନ, ଘର ଓ କୋଠାବାଡ଼ି ମାନଙ୍କରେ ଲିଚୁ ମାଳରେ ସହର ସଜ୍ଜିତରେ ସହରର ଶୋଭା ଦ୍ୱିଗୁଣିତ କରିଛି।