ଟାଙ୍ଗୀ/ରାକେଶ ଜଗଦେବ: ବାଲୁଗାଁ ଅଶୋକ ନଗର ସ୍ଥିତ ବଣିକ ସଂଘ ଭବନଠାରେ ଆୟୋଜିତ ହୋଇଥିବା ବିଜୁ ଜନତା ଦଳ ପକ୍ଷରୁ ୩ ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷ ଦିନ ।
ଏହି ପ୍ରଶିକ୍ଷଣ ଶିବିର ଗତ ୮ ତାରିଖଠାରୁ ଚାଲିଥିବା ବେଳେ ଶେଷ ଦିନରେ ରାଜ୍ୟ ସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗ ଦେଇଥିଲେ । ଏହାସହ ବିଜୁଜନତା ଦଳର ମୁଖପାତ୍ର ସୋଫିଆ ଆଲାମ ଓ ଲୋରା ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ଏହି ତିନିଦିନିଆ ଶିବିରର ମୂଳ ଲକ୍ଷ ଥିଲା ଶଙ୍ଖ ଆପ ଡାଉନଲୋଡ଼ କରି ଡିଜିଟାଲ ମୋଡ଼ରେ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ପ୍ରଚାର ପ୍ରସାର ଦିଗରେ ସମସ୍ତଙ୍କୁ କ୍ରିୟାଶୀଳ କରିବା ।