‘Dunki’ ଟିଜର ରିଲିଜ, ଜନ୍ମଦିନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ

ମୁମ୍ବାଇ : ଚଳିତ ବର୍ଷ ସୁପର ଷ୍ଟାର ଶାହାରୁଖ ଖାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଏହି ବର୍ଷ ତାଙ୍କର ବ୍ୟାକ ଟୁ ବ୍ୟାକ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ରିଲିଜ ହୋଇଛି । ପଠାନ ଏବଂ ଯୱାନ ଦୁଇଟି ଯାକ ଫିଲ୍ମ ସୁପର ହିଟ ରହିଛି । ପୁଣି ଥରେ ଡିସେମ୍ବରରେ ତାଙ୍କର ‘ଡଙ୍କି’ ଫିଲ୍ମ ଆସିବାକୁ ଯାଉଛି । ଆଜି ତାଙ୍କ ଜନ୍ମଦିନ ଅବସରରେ ‘ଡଙ୍କି’ର ଟିଜର ରିଲିଜ ହୋଇଛି । ହେଉଁ ଟିଜରଙ୍କୁ ଦର୍ଶକ ଖୁବ ଭଲପାଇବା ଦେଇଛନ୍ତି । ଏଥର ଶାହାରୁଖ ଏକ ଭିନ୍ନ କନସେପ୍ଟରେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ଏବଂ ଏକ୍ସପେରିମେଣ୍ଟ ନୂଆ ମୋଡରେ ଆସିଛି।

ଟ୍ରେଲର ବିଷୟରେ କହିବାକୁ ଗଲେ ଏଥିରେ ୫ ଜଣ ସାଙ୍ଗଙ୍କ କାହାଣୀ ଦେଖାଯାଇଛି । ଟିଜର ଆରମ୍ଭରେ ଶାହାରୁଖ ଖାନ ମରୁଭୂମି ଅଞ୍ଚଳରେ ଦୌଡୁଥିବାର ନଜର ଆସିଛନ୍ତି। ତାଙ୍କ ସହିତ ଅନ୍ୟ କିଛି ଲୋକ ମଧ୍ୟ ଅଛନ୍ତି । କାହାଣୀଟି ଶାହାରୁଖ ନିଜ ସାଙ୍ଗମାନଙ୍କ ସହିତ ବିଦେଶରେ ପହଞ୍ଚିବାରେ ସକ୍ଷମ କି ନୁହେଁ ତାହା ଉପରେ ନିର୍ମିତ ହୋଇଛି ।

ଏହା ବହୁତ ଛୋଟ ଏବଂ ଫିଲ୍ମର କାହାଣୀ ବିଷୟରେ ଅଧିକ କିଛି ପ୍ରକାଶ କରାଯାଇ ନାହିଁ। କିନ୍ତୁ ଟିଜରରେ ଶାହାରୁଖ ଖାନଙ୍କ ଲୁକ ପୁଣି ଥରେ ବଦଳି ଯାଇଛି। ଅର୍ଥ, ତାଙ୍କ ଲୁକରେ କିଛି ନୂଆ ନୁହେଁ, ବରଂ ଟିଜରରେ, ସେ ଆମକୁ ତାଙ୍କର ପୁରୁଣା ଚଳଚ୍ଚିତ୍ରର ଚେହେରାକୁ ମନେ ପକାଉଥିବାର ଦେଖାଯାଏ। ଯେଉଁଥିରେ ଦିଲୱାଲେ ଦୁଲହନିଆ ଲେ ଜୟେଙ୍ଗେ, ଫ୍ୟାନ୍ ଏବଂ ଜିରୋ ଭଳି ଚଳଚ୍ଚିତ୍ର ସାମିଲ୍‌।