ଛତିଶଗଡ: ଘଟିରେ ଓଲଟିଲା ବସ ଚାଲିଗଲା ୨ ଜଣଙ୍କ ଜୀବନ ।ଏଭଳି ଦୁର୍ଘଟଣା ଘଟିଛି ଛତିଶଗଡର ବିଳାସପୁର ଅଞ୍ଚଳରେ ।ଏଠାରେ ଏକ ଯାତ୍ରୀବାହୀ ବସ କେନ୍ଦା ଘାଟିରେ ଓଲଟି ପଡିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବସଟି ବିଳାସପୁରରୁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଥିଲା।
ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ରତନପୁର ଥାନା ଅଧୀନ ରତନପୁର ଛପରା ମୋଡନାର୍ ପେଣ୍ଡ୍ରା ନିକଟରେ ଘଟିଛି। ବସ୍ର ବେଗ ଅଧିକ ଥିବାରୁ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ବସ୍ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା। ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ବସ୍ରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ଆଘାତ ଲାଗିଛି। ସେଥିମଧ୍ୟରୁ ୧୨ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।