ମୁମ୍ବାଇ : ଶିଳ୍ପାଙ୍କଠାରୁ ଅଲଗା ହୋଇ ଯାଇଛନ୍ତି ସ୍ୱାମୀ ରାଜ କୁନ୍ଦ୍ରା । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କଙ୍କ ପାଇଁ ୨୦୨୧ ମସିହା ସେତେ ଭଲ ନଥିଲା। ‘ଆଡଲ୍ଟ ଫିଲ୍ମ ସ୍କାଣ୍ଡାଲ’ ମାମଲାରେ ରାଜ ଜେଲ ଯାଇଥିବାବେଳେ ସେତେବେଳେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ନିକଟରେ ରାଜ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର UT 69 ଘୋଷଣା କରିଛନ୍ତି। ରାଜ୍ ଏହି ଚଳଚ୍ଚିତ୍ର ସହିତ ଅଭିନୟ ଜଗତରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଫିଲ୍ମର ପ୍ରମୋସନ ମଧ୍ୟରେ ରାଜ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଫ୍ୟାନ୍ସଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ରାଜ ତାଙ୍କର ଅଲଗା ହେବା ଘୋଷଣା କରିଛନ୍ତି। ସେ ଏହି ପୋଷ୍ଟରେ କାହା ବିଷୟରେ ଉଲ୍ଲେଖ କରିନାହାଁନ୍ତି। କିନ୍ତୁ ପ୍ରଶଂସକମାନେ ଏହି ପୋଷ୍ଟକୁ ନେଇ ଚିନ୍ତିତ ଅଛନ୍ତି। ସେମାନେ ଭାବୁଛନ୍ତି ଯେ ଶିଳ୍ପା ଏବଂ ରାଜ ଅଲଗା ହୋଇଯାଇଛନ୍ତି। ତାଙ୍କ ପୋଷ୍ଟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଅନେକ ଏହାକୁ ଏକ ପ୍ରମୋସନାଲ କୌଶଳ ବୋଲି କହୁଛନ୍ତି।