ବିଧାନସଭା ନିର୍ବାଚନ ଦୃଷ୍ଟିରେ ରଖି ରାହୁଲ ଗାନ୍ଧିଙ୍କ ବିଜୟଭେରୀ ଯାତ୍ରା

ନୂଆଦିଲ୍ଲୀ: ଆଗକୁ ଅସୁଛି ବିଧାନସଭା ନିର୍ବାଚନ ଏନେଇ ରାହୁଲ ଗାନ୍ଧିଙ୍କ ଆରମ୍ଭ ହୋଇଯାଇଛି ବିଜୟଭେରୀ ଯାତ୍ରା ।ଆଜି ଠାରୁ କଂଗ୍ରେସ ନେତା ରାହୁଲ ଗନ୍ଧୀ ଏହି ବିଜୟଭେରୀ ଯାତ୍ରା ଆରମ୍ଭ କରିଛନ୍ତି । ହଜାର ହଜାର ସଂଖ୍ୟାରେ ସମର୍ଥକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ପାନୁର ଗାଁରୁ ଆରମ୍ଭ ହୋଇଛି ଏହି ବିଜୟଭେରି ଯାତ୍ରା।୩ ଦିନ ଧରି ଚାଲିବ ରାହଲୁଙ୍କ ଏହି ବିଜୟଫେରି ଯାତ୍ରା । ଏହି ଯାତ୍ରା ୩ ଦିନ ଧରି ଚାଲିବ ବୋଲି କୁହାଯାଉଛି । ଆଜି ଅପରାହ୍ନ ୪ଟାରେ ପେଦାପଲ୍ଲୀରେ ସାଧାରଣ ସଭାକୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହାପରେ ପେଦାପଲ୍ଲୀରୁ କରିମନଗର ଯାଏଁ ବସଯାତ୍ରା କରିବେ । କରିମନଗର ହାଉସିଂ ବୋର୍ଡ ସର୍କଲରୁ ରାଜୀବ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବେ ରାହୁଲ । ଏହାପରେ ରାହୁଲଙ୍କ ରାଜୀବ ଛକରେ ସାଧାରଣ ସଭାକୁ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି।