ମୁମ୍ବାଇ : ଉର୍ଫି ଜାଭେଦ ସୋସିଆଲ ମିଡିଆରେ କିଛି ନା କିଛି କରି ଚର୍ଚ୍ଚାର ରୁହନ୍ତି । ଅଧିକାଂଶ ସମୟରେ ନିଜ ପୋଷାକ ପାଇଁ ହିଁ ଆଲୋଚନାର ପରିସର ଭିତରକୁ ଆସିଥାନ୍ତି।ପ୍ଲାଷ୍ଟିକ୍ ବ୍ୟାଗଠାରୁ ଆରମ୍ଭ କରି ପିଲାମାନଙ୍କର ଖେଳନା ପର୍ଯ୍ୟନ୍ତ, ପୂର୍ବରୁ ଉର୍ଫି ଅନେକ ଜିନିଷରୁ ତାଙ୍କ ପୋଷାକ ତିଆରି କରି ସାରିଛନ୍ତି। ଏବେ ଉର୍ଫିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସିଗାରେଟ ଖଣ୍ଡରୁ ପୋଷାକ ତିଆରି କରୁଥିବା ଦେଖିବାକୁ ମିଳିଛି।
ଏହି ଭିଡିଓ ଇନଷ୍ଟା ପୃଷ୍ଠାରେ ସେୟାର କରାଯାଇଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଉର୍ଫି ରାସ୍ତାରେ ସିଗାରେଟ୍ ଗୁଣ୍ଡ ସଂଗ୍ରହ କରି ସେଥିରେ ତାଙ୍କ ପୋଷାକର ଡିଜାଇନ୍ କରିଛନ୍ତି।