୩ ରସାୟନ ବିଜ୍ଞାନୀ ପାଇବେ ୨୦୨୩ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ । ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ରସାୟନ ବିଜ୍ଞାନୀ ପାଇବେ ୨୦୨୩ ନୋବେଲ ପୁରସ୍କାର । ମାଉଙ୍ଗି.ବାୱେଣ୍ଡି, ଲୋଇସ ଇ.ବ୍ରୁସଙ୍କୁ ନୋବେଲ ପୁରସ୍କାର ପାଇବା ସହ ଆଲେକ୍ସ ଏଲ . ଏକିମୋଭ୍ ପାଇବେ ନୋବେଲ ପୁରସ୍କାର ।ରୟାଲ୍‌ ସ୍ୱିଡିଶ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ବୁଧବାର ଏହା ଘୋଷଣା କରିଛି। ଏଥି ପୂର୍ବରୁ ଭୌତିକ ବିଜ୍ଞାନ ଏବଂ ଚିକିତ୍ସା କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇସାରିଛି। ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍‌ କ୍ରୁଜ ଓ ଏନି ଏଲ୍‌ ହୁଇଲିୟରଙ୍କୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ।