ପାଟନା: ଲାଣ୍ଡ ଫଲ ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି ଆଶ୍ୱସ୍ତି । ଦିଲ୍ଲୀରେ ରାଉଜ ଏଭିନ୍ୟୁ କେର୍ଟରୁ ଲାଲୁ ଯାଦବ ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ ତାଙ୍କ ପରିବାରର ୬ ସଦସ୍ୟଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କ ଜାମିନ ମଞ୍ଜୁର କରିଚନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ ତାରିଖରେ ହେବ ।
ସିବିଆଇ ଚାର୍ଜସିଟ୍କୁ ନେଇ କୋର୍ଟ ପକ୍ଷରୁ ସମନ ଜାରି ହୋଇଥିଲା । କୋର୍ଟରେ ଆଜି ଲାଲୁ, ତେଜସ୍ୱୀ, ରାବଡି ଦେବୀ ସମେତ ଅନ୍ୟ ଅଭିଯୁକ୍ତ ହାଜର ହୋଇଥିଲେ ।ସିବିଆଇ ୩ ଜୁଲାଇରେ ଦାଖଲ କରିଥିବା ଚାର୍ଜସିଟରେ ଲାଲୁ ଯାଦବ, ରାବଡି ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୭ ଜଣଙ୍କ ନାମ ରହିଥିଲା । ଏହି ଚାର୍ଜସିଟରେ ପ୍ରଥମ ଥର ପାଇଁ ତେଜସ୍ୱୀଙ୍କ ନାମ ସାମ୍ନାକୁ ଆସିଥିଲା । କୋର୍ଟ ଅଭିଯୁକ୍ତଙ୍କୁ ହାଜର କରିବା ପରେ ବୟାନ ରେକର୍ଡ କରିଥିଲା । ଏହାପରେ ଏମାନଙ୍କ ମଧ୍ୟରୁ କିଛି ଜାମିନ ପାଇଁ ଯାଚିକା ଦାଖଲ କରିଥିଲେ । ମାମଲାର ଆଗାମୀ ଶୁଣାଣି ୧୬ ଅକ୍ଟୋବରରେ ହେବ ।
୨୦୦୪ ରୁ ୨୦୦୯ ଯାଏ ଲାଲୁ ରେଳମନ୍ତ୍ରୀ ଥିଲେ ସେହି ସମୟରେ ସେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଳୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା । ୨୦୧୭ରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।