ନୂଆଦିଲ୍ଲୀ: ଆଜିଠୁ ଦେଖିବାକୁ ମିଳିବନି ୨,୦୦୦ଟଙ୍କିଆ ନୋଟ୍ । ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ ଜମା ଓ ବଦଳ ପାଇଁ ଆଜି ହେଉଛି ଶେଷ ଦିନ । ଏହା ପରେ ଆଉ କେହି ୨୦୦୦ ଟଙ୍କିଆ ନୋଟ୍ ନେବେନାହିଁ । ଏ ନେଇ ସଳୂଚନା ଦେଇଛି ଆରବିଆଇ । ଏ ପର୍ୟ୍ୟନ୍ତ ମାର୍କେଟରୁ ବ୍ୟାଙ୍କକୁ ୯୩ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ଫେରିଆସିଲାଣି । ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୩ ଲକ୍ଷ ୩୨ ହଜାର କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରି ଆସିଛି । ଯାହା ମୋଟ ୨ ହଜାର ଟଙ୍କାର ୯୩ ପ୍ରତିଶତ । ସେହିପରି ଅଗଷ୍ଟ ୧ ତାରିଖ ସୁଦ୍ଧା ୮୮ ପ୍ରତିଶତ ଅର୍ଥାତ ୩ ଲକ୍ଷ ୧୮ ହଜାର ଟଙ୍କା ୨ ହଜାର ଟଙ୍କିଆ ମୂଲ୍ୟର ନୋଟ ବ୍ୟାଙ୍କରେ ଜମା ହୋଇଥିଲା । ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ ମେ ମାସରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ତେବେ ବ୍ୟାଙ୍କରେ ନୋଟ ବଦଳି ପାଇଁ ୩୦ ସେପ୍ଟେମ୍ବରକୁ ଶେଷ ତାରିଖ ଭାବେ ଘୋଷଣା କରାଯାଇଥିଲା । ଯାହାର ଅବଧି ଆଜି ସମାପ୍ତ ହେଉଛି । ଆଜି ସୁଦ୍ଧା ୨୦୦୦ ଟଙ୍କିଆ ନୋଟ ବଦଳାଇ ପାରିବେ ବୋଲି କହିଛି ଆରବିଆଇ ।