ବ୍ୟୁରେ: ଶ୍ରେଣୀ ଗୃହରେ ଚାଲିଗଲା ଛାତ୍ରୀଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗୁଜୁରାଟର ସୁରଟର ଗୋଡାଦରାର ଏକ ଘରୋଇ ସ୍କୁଲରେ ।୮ମ ଶ୍ରେଣିର ଛାତ୍ରୀ ଜଣଙ୍କ ଶ୍ରେଣୀ ଗୃହରେ ପାଠପଢା ଚାଲିଥିବା ସମୟରେ ହଠାତ ବେହୋସ ହୋଇ ତଳେ ପଡି ଯାଇଥିଲା । ଏହି ସମୟରେ ଶ୍ରେଣୀରେ ଉପସ୍ଥିତ ଶିକ୍ଷକ ଏ ନେଇ ସ୍କୁଲର ପ୍ରିନ୍ସିପାଲ୍ ଙ୍କୁ ଜଣାଇଥିଲେ। ଏହାପରେ ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସା ମିଳିବା ପୂର୍ବରୁ ହିଁ ଛାତ୍ରୀ ଆଖି ବୁଜିଦେଇଥିଲେ। ସେପଟେ ଝିଅର ମୃତ୍ୟୁରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ସ୍କୁଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୁରଟର ଗୋଡାଦରା ଅଞ୍ଚଳର ଶାଢି ବ୍ୟବସାୟୀ ମୁକେଶ ଭାଇ ମେଓ୍ଵାଡାଙ୍କ ୧୨ ବର୍ଷୀୟା ଝିଅ ରିଦ୍ଧି ବିଦ୍ୟାଳୟରେ ୮ମ ଶ୍ରେଣୀର ଛାତ୍ରୀ ଥିଲେ। ବୁଧବାର କ୍ଲାସ୍ ଚାଲିଥିବା ବେଳେ ହଠାତ୍ ସେ ବେହୋସ୍ ହୋଇଯାଇଥିଲେ। ଆଖି ସାମ୍ନାରେ ଏପରି ଦୃଶ୍ୟ ଦେଖି ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ରିଦ୍ଧିଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।