ଶ୍ରୀ ରାମ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିବ ୨୦ ସେକେଣ୍ଡ

ଅଯୋଧ୍ୟା: ଅଯୋଧ୍ୟାରେ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୋରଦାର ଚାଲିଛି । ଆସନ୍ତା ବର୍ଷ ଜାନୁୟାରୀ ୨୨ ରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି । ସେହିକାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର ଯୋଜନା ରହିଛି । ତେବେ ସେହି ସମୟରେ ଅଯୋଧ୍ୟକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆଶିବାର ଆଶା କରାଯାଉଛି । ମନ୍ଦିର ଟ୍ରଷ୍ଟର ସଦସ୍ୟ ନୃପେନ୍ଦ୍ର ମିଶ୍ରାଙ୍କ ମୁତାବକ, ରାମ ମନ୍ଦିରରେ ଗୋଟିଏ ଦିନରେ ପାଖାପାଖି ୭୫,୦୦୦ ଶ୍ରଦ୍ଧାଳୁ ସହଜରେ ଦର୍ଶନ କରିପାରିବେ। ମନ୍ଦିରର ଗ୍ରାଉଣ୍ଡ୍ ଫ୍ଲୋର୍ରେ ୧୬୦ଟି ଖମ୍ବ ଲଗାଯାଇଛି। ଜଣେ ଭକ୍ତଙ୍କୁ ଦର୍ଶନ ପାଇଁ ପ୍ରାୟ ୧୫ରୁ ୨୦ ସେକେଣ୍ଡ ସମୟ ମିଳିପାରିବ। ମିଶ୍ରା କହିଛନ୍ତି ଯେ ମନ୍ଦିର ନିର୍ମାଣରେ ଏ ପର୍ଯ୍ୟନ୍ତ ୯୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଅନୁମାନ କରାଯାଉଛି, ସମ୍ପୂର୍ଣ୍ଣ ମନ୍ଦିର ଏବଂ ପରିସର ନିର୍ମାଣରେ ୧୭,୦୦ରୁ ୧୮,୦୦ କୋଟି ଟଙ୍କା ଖର୍ଚ୍ଚ ଆସିବ। ମନ୍ଦିରର ଗର୍ଭଗୃହରେ ଭଗବାନ ରାମଙ୍କର ଦୁଇଟି ମୂର୍ତ୍ତି ସ୍ଥାପନ କରାଯିବ। ସେଥି ମଧ୍ୟରୁ ଗୋଟିଏ ଚଳନ୍ତି ଏବଂ ଗୋଟିଏ ଅଚଳନ୍ତି ମୂର୍ତ୍ତି ରହିବ। ଗୋଟିଏ ରାମଙ୍କ ବାଲ୍ୟାବସ୍ଥା ଏବଂ ଦ୍ୱିତୀୟଟି ରାମଙ୍କର ହେବବୋଲି କୁହାଯାଉଛି ।