ନୂଆଦିଲ୍ଲୀ : ଖୁସିରେ ଲାଗିଲା ଗ୍ରହଣ । ଆଖି ଆଗରେ ଚାଲିଗଲା ବର କନ୍ୟାଙ୍କ ସହ ଶହେରୁ ଅଧିକ ଜୀବନ । ଇରାକର ହମଦାନିଆ ଜିଲ୍ଲାରେ ଅବସ୍ଥିତ ଇଓ ହାଏଥାମ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ। ବିବାହ ଉତ୍ସବରେ ବ୍ୟବହୃତ ମହମବତୀ ଓ ଅନ୍ୟ ସାମଗ୍ରୀରୁ ନିଆଁ ଲାଗିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ବର ଓ କନ୍ୟା ବି ଥିବା ଅନ୍ତଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛିା ଏହି ଅଘଟଣରେ ଦେଢ ଶହରୁ ଅଧିକ ଆହତଙ୍କୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ କରାଯାଇ ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରାଯାଇଛି।
ଅନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ ନେନେଭାରେ ଗତକାଲି ରାତିରେ ଏକ ବିବାହ ରିସେପସନ୍ ଚାଲିଥିଲା । ଏହି ସମୟରେ ଲୋକ ଗହଳି ବି ପ୍ରବଳ ଥିଲା। କିଛି ଲୋକ ଟେଣ୍ଟ ଭିତରେ ବାଣ ଫୁଟାଇ ସେଲିବ୍ରେସନ୍ କରିଥିଲୋ ।ହଠାତ୍ ବାଣରୁ ଏଥିରୁ ନିଆଁ ଲାଗିବା ପରେ ପୁରା ଟେଣ୍ଟ ଓ ଭୋଜି ହୋଇଥିବା ସ୍ଥାନ ଜଳି ଯାଇଥିଲା । ଫଳରେ ଭିତରେ ଫସି ଯାଇଥିବା ଲୋକେ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।
ହାମ୍ଦାନିୟା ନଗରୀରେ ଥିବା ବିବାହ ମଣ୍ଡପରେ ଘଟିଥିବା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦୦ ଏବଂ ଆହତଙ୍କ ସଂଖ୍ୟା ୧୫୦ରୁ ଅଧିକ ବୋଲି ନିନେୱେହ୍ ପ୍ରଦେଶର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଗଣନା କରିଥିବା କଥା ଇରାକ୍ର ସରକାରୀ ସମ୍ବାଦ ଏଜେନ୍ସି ‘ଆଇଏନ୍ଏ’ ଦେଶର ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ରଙ୍କ ବିବୃତିରୁ ଉଦ୍ଧାର କରି ରିପୋର୍ଟ କରିଛି। ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଇଛି ।