ମୁମ୍ବାଇ : ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା । ଦୁହିଁଙ୍କ ବିବାହ ବହୁତ ଧୁମଧାମ ସହିତ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ବିବାହ ରିସେପ୍ସନ୍ ଅନୁଷ୍ଠିତ ହେବ । ନବ ବିବାହିତ ଦମ୍ପତି ଦୁଇଟି ସ୍ଥାନରେ ରିସେପ୍ସନ୍ କରିବେ । ରିସେପ୍ସନ୍ ପରେ ପରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର “ମିଶନ୍ ରାନିଗଞ୍ଜ’ର ପ୍ରମୋସନ ଆରମ୍ଭ କରିପାରିବେ । ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ରାଜସ୍ଥାନର ଉଦୟପୁରରେ ସାତ ଫେରା ନେଇଥିଲେ । ଯେଉଁଥିରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ । ତାଙ୍କ ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ମଧ୍ୟ ଯୋଗ ଦେଇଥିଲେ । ଏହା ବ୍ୟତୀତ ହରଭଜନ ସିଂ ତାଙ୍କ ପତ୍ନୀ ଗୀତା ବସ୍ରା ଏବଂ ପିଲାମାନଙ୍କ ସହ ନଜର ଆସିଥିଲେ ।
ଏମାନଙ୍କ ବ୍ୟତୀତ ସାନିଆ ର୍ମିଜା ଏବଂ ମନୀଷ ମଲହୋତ୍ରାଙ୍କ ସମେତ ଅନେକ ସେଲିବ୍ରେଟ୍ ମଧ୍ୟ ଅତିଥି ଭାବରେ ଯୋଗ ସାମିଲ ଥିଲେ । ଏହି ହାଇ-ପ୍ରୋଫାଇଲ୍ ବିବାହରେ କୌଣସି ବଡ ବଲିଉଡ ତାରକା ଏବଂ ରାଜନେତା ଯୋଗ ଦେଇନଥିଲେ । ଏଥିପାଇଁ ପରୀ ଏବଂ ରାଘବ ସାଙ୍ଗମାନଙ୍କ ପାଇଁ ଦୁଇଟି ରିସେପ୍ସନ୍ ପ୍ରସ୍ତୁତ କରିଛନ୍ତି । ସୋର୍ସରୁ ଜଣାପଡିଛି ନବ ବିବାହିତ ଦମ୍ପତି ଦୁଇଟି ରିସେପ୍ସନ୍ ଆୟୋଜନ କରିବେ । ଏହି ରିସେପ୍ସନ୍ ରାତିରେ ହେବ । ଗୋଟିଏ ଦିଲ୍ଲୀରେ ଏବଂ ଅନ୍ୟଟି ମୁମ୍ବାଇରେ । ଦିଲ୍ଲୀର ରିସେପ୍ସନରେ ଅନେକ ରାଜନେତା ନଜର ଆସିବେ, ଯିଏ ରାଘବଙ୍କର ନିକଟତର । ମୁମ୍ବାଇରେ ପରିଣୀତିଙ୍କ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।