ଆପାର୍ଟମେଣ୍ଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ: ଭିଏତନାମ ରାଜଧାନୀ ହନୋଇରେ ଏକ ୯ତାଲା ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନୀକାଣ୍ଡ ।ଏହି ଅଗ୍ନୀକାଣ୍ଡରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ରିପୋଟ ମୁତାବକ , ଭିଏତନାମର ହାନୋଇସ୍ଥିତ ଆପାର୍ଟମେଣ୍ଟ ରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ବିଲିଂର ୯ମ ମହଲାରେ ନିଆଁ ଲାଗିଯାଇଥିଲା । ହନୋଇରେ ଥିବା ଏହି ବିଲ୍ଡିଂ ସହରର ଆବାସୀୟ ଅଞ୍ଚଳରେ ଏକ ସଂକୀର୍ଣ୍ଣ ଗଳି ଭିତରେ ରହିଥିଲା। ନିଆଁ ଲାଗିବା ପରେ ଉଦ୍ଧାର କାର୍ୟ୍ୟ ଦ୍ରୁତ ଗତିରେ ଜାରି ରହିଛି, ଯେଉଁ କାରଣରୁ ପାଖାପାଖି ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ପୀଡ଼ିତଙ୍କ ମଧ୍ୟରେ ଅନେକ ଛୋଟ ପିଲା ମଧ୍ୟ ଅଛନ୍ତି। ଆପାର୍ଟମେଣ୍ଟରୁ ବାହାରିବା ପାଇଁ କେବଳ ଗୋଟିଏ ହିଁ ରାସ୍ତା ଥିଲା, ଏପରି କି, କୌଣସି ଏମରଜେନ୍ସି କବାଟ ମଧ୍ୟ ନ ଥିଲା।
ତେଣୁ ଲୋକମାନଙ୍କୁ ଉଦ୍ଧାର କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଲୋକମାନେ ନିଜ ପିଲାମାନଙ୍କୁ ନିଆଁ କବଳରୁ ବଞ୍ଚାଇବା ପାଇଁ ବିଲ୍ଡିଂରୁ ତଳକୁ ଫିଙ୍ଗୁଥିବା ଦେଖାଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।