ଭରତପୁର: ଯାତ୍ରୀବାହି ବସକୁ ଧକ୍କା ଦେଲା ଟ୍ରକ । ଫଳରେ ୧୧ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣାଘଟିଛି ରାଜସ୍ଥାନର ଭରତପୁର ଜିଲ୍ଲା ଅନ୍ତର୍ଗତ ଜୟପୁର -ଆଗ୍ରା ଜାତୀୟ ରାଜପଥ ଉପରେ । ଯାନ୍ତ୍ରିକ ତୃଟି ହେତୁ ଏକ ଯାତ୍ରୀବାହି ବସ ଜାତିୟ ରାଜପଥ ଉପରେ ଠିଆ ହୋଇଥିଲା । ଏହି ସମୟରେ ଏକ ଟ୍ରକ୍ ଆସି ବସ ଟିକୁ ଧକ୍କା ଦେଇଥିଲା ଫଳରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ବସ୍ ଟି ଗୁଜୁରାଟର ଭାବନଗରରୁ ଉତ୍ତର ପ୍ରଦେଶର ବୃନ୍ଦାବନ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯାତ୍ରୀଙ୍କ କହିବା ଅନୁଯାୟୀ ବସ୍ ଟି ଖରାପ ହେବାରୁ ରାଜପଥର ପୋଲ ଉପରେ ଗଡି ଅଟକି ଥିଲା । ତେଣୁ କିଛି ଯାତ୍ରି ବାହାରକୁ ଆସି ବସ ପଛପଟେ ଠିଆ ହୋଇଥିଲା । ସେହି ସମୟରେ ଏକ ଟ୍ରକ ଆସି ବସ କୁ ଧକ୍କା ଦେଇଥିଲା । ତେଣୁ ବସର ପଛ ସିଟ୍ ରେ ବସିଥିବା କିଛି ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେମାନେ ଚିକିତ୍ସାଧୀନ ଅଛନ୍ତି। ମୃତବ୍ୟକ୍ତିଙ୍କ ଶବଗୁଡ଼ିକୁ ମଧ୍ୟ ଡାକ୍ତରଖାନା ନିଆଯାଇଛି। ମୃତ ଯାତ୍ରୀମାନଙ୍କ ମଧ୍ୟରେ ୬ଜଣ ମହିଳା ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।ଏନେଇ ଶେକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।