ନିଜ ଦେଶକୁ ଫେରିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟରୁଡୋ

ନୂଆଦିଲ୍ଲୀ: ନିଜ ଦେଶକୁ ଫେରୁଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟରୁଡୋ । ତ୍ରୁଟି ପରିଲକ୍ଷିତ ହୋଇଥିବା ବିମାନର ତ୍ରୁଟି ସଜଯିବା ପରେ କାନାଡା ଫେରିଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟରୁଡୋ । ଆଜି ଅପରାହ୍ନରେ ନିଜ ଦେଶ ଅଭିମୁଖେ ଉଡିଯାଇଛନ୍ତି । ଗତ ରବିବାର କାନାଡା ଫେରିବାର ଥିଲା । କିନ୍ତୁ ସେ ଯେଉଁ ବିମାନରେ ଯାତ୍ରା କରିଥାନ୍ତେ ସେହିମିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ତେଣୁ ସେ ଆଉ କାନାଡା ଯାଇ ନପାରି ଦିଲ୍ଲୀରେ ରହିଥିଲେ ।
ସୂଚନା ଅନୁଯାୟୀ, ନୂଆଦିଲ୍ଲୀଠାରେ ଆୟୋଜିତ ସଫଳ ଶିଖର ସମ୍ମିଳନୀ ସହିତ ଭାରତର ଅଧ୍ୟକ୍ଷତା ଶେଷ ହୋଇଛି। ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ବିଭିନ୍ନ ଦେଶର ନେତା ଆସି ପହଞ୍ଚିଥିଲେ। ଏହି କ୍ରମରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବି ଭାରତଗସ୍ତରେ ଆସିଥିଲେ। ତେବେ ଜି୨୦ ଶିଖର ସମ୍ମିଳନୀ ଶେଷ ହେବା ପରେ ନେତାମାନେ ନିଜନିଜ ଦେଶକୁ ଫେରିଯାଇଥିଲେ। କିନ୍ତୁ ଜଷ୍ଟିନ ଟ୍ରୁଡୋବିଙ୍କୁ କାନାଡା ଫେରାଇ ନେବାକୁ ଯେଉଁ ବିମାନ ନିଶ୍ଚିତ ହୋଇଥିଲା ସେଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ବିମାନ ଟି ଆଉ ଦିଲ୍ଲୀ ଆସି ପାରିଲା ନାହିଁ। ଏହା ବଦଳରେ ଯେଉଁ ବିମାନକୁ ଦିଲ୍ଲୀ ଅଭିମୁଖେ ପଠା ଯାଇଥିଲା ତାହାକୁ ବି କୌଣସି କାରଣରୁ ଲଣ୍ଡନ ପଠାଇ ଦିଆଯାଇଥିଲା। ଏସବୁ ଅସୁବିଧା ପାଇଁ ଜଷ୍ଟିନ ଟ୍ରୁଡୋ ଓ ତାଙ୍କ ପ୍ରତିନିଧି ଦଳ ଦିଲ୍ଲୀରେ ୪୮ଘଣ୍ଟା ଧରି ଫସି ରହିଥିଲେ। ଏହି ଅସୁବିଧା ପାଇଁ କାନାଡା ପ୍ରଧାନମନ୍ତ୍ରୀଙ୍କ ଅନେକ ଜରୁରୀକାମ ବି ଅଟକି ଯାଇଥିଲା।