ମୁମ୍ବାଇ : ବି ଟାଉନରେ ଜଲୱା ଦେଖାଉଛି ଜୱାନ । ସବୁଆଡେ ସାରୁଖଙ୍କ ଅଭିନିତ ଫିଲ୍ମ ଜୱାନଙ୍କୁ ନେଇ କ୍ରେଜ । ତେବେ ଏହି ସୁପର ହିଟ ଫିଲ୍ମର ଡିରେକ୍ଟରଙ୍କ ବିଷୟରେ ଜାଣିଛନ୍ତି କି ? ସେ ହେଉଛନ୍ତି ଏଟଲି କୁମାର । ତାମିଲନାଡୁ ନିବାସୀ ଏଟଲି କୁମାର ଦେଖିବାକୁ ଯେତିକି ସାଧାରଣ ତାଙ୍କ ଫିଲ୍ମ ସବୁ କିନ୍ତୁ ଭାରି ଅସାଧାରଣ ।
ସାଉଥର ବେଷ୍ଟ ଡିରେକ୍ଟର ମାନଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ରହିଛି । ତାଙ୍କ ଗୋଟିଏ ବି ଫିଲ୍ମ ଆଜି ଯାଏ ଫ୍ଲପ ହୋଇ ନାହିଁ । ସେ ମାତ୍ର ୪ ଟି ଫିଲ୍ମ ସ୍କ୍ରିନକୁ ଆଣିଛନ୍ତି । ଆଉ ସେହି ୪ଟି ଯାକ ଫିଲ୍ମ ବ୍ଲକ ବାଷ୍ଟର ହୋଇଛି । ଯେଉଁଥିରୁ ୩ ଟି ଫିଲ୍ମ କେବଳ ବିଜୟ ଥାଲାପତିଙ୍କର ରହିଛି । ଥେରି, ମେରସାଲ, ବିଗିଲ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଏଟଲି କୁମାର । ବିଜୟ ଥାଲାପତି ଡିରେକ୍ଟର ଏଟଲି କୁମାରଙ୍କର ଘନିଷ୍ଠ ବନ୍ଧୁ । ଏବେ ଏଟଲି ଆଉ ଏକ ଧମାକାଦାର ଫିଲ୍ମ ଜୱାନ ସ୍କ୍ରିନକୁ ଆଣିଛନ୍ତି । ଯାହା ସବୁ ଫିଲ୍ମ ଲଭରଙ୍କୁ ପାଗଳ କରିଛି ।