ଭୁବନେଶ୍ୱର: ସ୍ଥାନୀୟ କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ହୋଟେଲ “Excellency”ସମ୍ମୁଖରୁ ରବିବାର ସକାଳେ ଜୈନକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି।ହୋଟେଲ ସମ୍ମୁଖ ରେ ଥିବା ରାସ୍ତା ପାର୍ଶ୍ୱରେ ଜୈନକ ବ୍ୟକ୍ତି ଦୀର୍ଘ ସମୟ ଧରି ଅଚେତ ଅବସ୍ଥାରେ ପଡିଥିବା ଖବର ପାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।ମାତ୍ର ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଯୁବକକୁ ମୃତ ଘୋଷଣା କରିଥଲେ।ଯୁବକଙ୍କ ମୃତଦେହକୁ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ର ଶବାଗାର ରେ ସଂରକ୍ଷିତ ରଖାଯାଇଛି।ଯଦି କୌଣସି ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ପରିଚୟ ଜାଣି ଥାଆନ୍ତି ତେବେ କ୍ୟାପିଟାଲ ଥାନା କିମ୍ବା କ୍ୟାପିଟାଲ ହସ୍ପିଟାଲ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।