ଜଳେଶ୍ୱର/ଅଜିତ କୁମାର ସାହୁ ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ଜଣ ଗୁରୁତର । ସୁଚନା ମୂତାବକ ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳ ରୁ ରୋଗୀ ନେଇ ୧୦୮ ଆମ୍ବୁଲାନ୍ସଟି ବାଲେଶ୍ବର ହସପିଟାଲ କୁ ଯାଉଥିବା ବେଳେ, ରୂପସା ମିରିଗୁମୁଣ୍ତି ଛକ ନିକଟରେ ଏକ ପିକଅପ ଭ୍ୟାନ ସହ ମୁଂହାମୁଂହି ଧକ୍କା ହୋଇ ଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୫ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ରୂପ୍ସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସରେ ବାଲେଶ୍ବର ହସପିଟାଲକୁ ପଠାଇଥିବା ଜଣା ପଡ଼ିଛି। ବାଲେଶ୍ଵର ଜିଲ୍ଲା ବସ୍ତାରୁ ଅଜିତ କୁମାର ସାହୁଙ୍କ ରିପୋର୍ଟ।