ଟିଟିଲାଗଡ/ପ୍ରଶାନ୍ତ କୁମାର ମେହେର: ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସଇନ୍ତଳାଠାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ତତ୍ତ୍ଵାବଧାନରେ ଓ ବ୍ଳକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ସଭାପତିତ୍ବ ରେ ମାଁ ଚଣ୍ଡି ମନ୍ଦିର ରାଳି କରି ଏକ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସକ୍ରିୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ୟ୍ୟକ୍ରମରେ କଂଗ୍ରେସ ପିସିସି ସଭାପତି ସରତ ପଟ୍ଟନାୟକ ମୁଖ୍ୟ ଆତିଥ୍ୟ ଗ୍ରହଣ କରିଥିବା ବେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ,ଯଜ୍ଞେଶ୍ବର ବାବୁ , ତୁଳସୀ ସାହୁ , ପ୍ରମାଦ ଭୋଇ ବିକାଶ ପାଣିଗ୍ରାହୀ ରାମେଶ୍ବର ରଣା ଓ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ,ଉକ୍ତ କାର୍ୟ୍ୟକ୍ରମ ଆସନ୍ତା ନିର୍ବାଚନ କିପରି କଂଗ୍ରେସ ଭଲ ପ୍ରଦର୍ଶନ କରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଟିଟିଲାଗଡ, ଗୁଡଭେଳା ଓ ସଇନ୍ତଳା ବ୍ଳକରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ , ବ୍ଳକ ସ୍ତରୀୟ କମିଟି ଗଠନ , ସହିତ କର୍ମୀ ସମ୍ମିଳନୀ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ବହୁ ଈଔଊ ଓ ଈହକ୍ଟ୍ର କର୍ମୀ ସୁରେନ୍ଦ୍ର ସିଂ ଭୋଇଙ୍କ କାର୍ୟ୍ୟକଳାପରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ମିଶି ଥିଲେ ।