ଧରଣୀଧର ବେହେରା/ଅନୁଗୋଳ : ଆଜି ମଙ୍ଗଳବାର ସକାଳ ସମୟରେ ବନ୍ତଳା ରେଞ୍ଜ୍ ତଳଗଡ଼ ପଞ୍ଚାୟତ ନୂଆଁଭୂଇଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ସୂଚନା ଯେ, ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣରେ ବହୁ ନୀରିହ ଜୀବନ ଯାଉଥିବା ବେଳେ ବହୁ କ୍ଷତି କ୍ଷତି ହେଉଥିବାରୁ ବନ୍ତଳା ଛକ ଠାରେ ପରିବାରକୁ କ୍ଷତି ପୂରଣ ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି । ଏ ପଟେ ବନ୍ତଳା ପୋଲିସ ଏବଂ ବନ ବିଭାଗ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରୁଛି । ଅନ୍ୟପକ୍ଷେ ହାତୀ ଆକ୍ରମଣ ଭୟ ନେଇ ବନ୍ତଳା ବନ୍ୟାଞ୍ଚଳ ଏରିଆର ଲୋକଙ୍କ ମନରେ କୋକୁଆ ଭୟ ରହୁଥିବା ବେଳେ ଜିଲା ପ୍ରଶାସନ ଓ ଫରେଷ୍ଟ ଡିଭିଜନ ଅଧିକାରୀ କିଛି ପଦକ୍ଷେପ ନେଉ ନଥିବା ବେଳେ ଲୋକମାନେ ଆଗାମୀ ଦିନରେ କେବଳ ରାଜରାସ୍ତା ନୁହେଁ ପ୍ରଶାସନଙ୍କୁ ଘେରିବାର ଚେତାବନୀ ଦେଉଛନ୍ତି ।